ଆଡପ ଅଭଡା

0 914

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୂଙ୍କ ପାଖରେ ଭୋଗ ଲାଗିଛି ଅନ୍ନପ୍ରସାଦ । ଆଉ ଭକ୍ତମାନେ ପ୍ରସାଦ ରୂପେ ଖାଇବାକୁ ପାଇଛନ୍ତି ସେମାନଙ୍କ ପ୍ରିୟ ଆଡପ ଅଭଡା । କୁହାଯାଏ ଆଡପ ମଂଡପରେ ମହାପ୍ରଭୂଙ୍କୁ ଦର୍ଶନ କରି ଆଡପ ଅଭଡା ଖାଇଲେ ଶହେ ଜନ୍ମର ପାପ କ୍ଷୟ ହୁଏ । ତେଣୁ କାହିଁ କେତେ ଦୂରରୁ ଆସିଥିବା ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ କରି ଭକ୍ତି ଗଦ୍ ଗଦ୍ କଣ୍ଠରେ ଜୟ ଜଗନ୍ନାଥ କହିଛନ୍ତି ।
ରଥ ଉପରେ ମହାପ୍ରଭୂ ଦୁଇ ଦିନ ହେଲା ଶୁଖିଲା ମହାପ୍ରସାଦ ଭୋଗ ଖାଉଥିଲେ । ଆଉ ଶନିବାରରେ ଶ୍ରୀଜିଉଙ୍କ ପାଖରେ ସଂଖୁଡି ଭୋଗ ହୋଇଛି । ସଂଙ୍ଖୁଡି ମହାପ୍ରସାଦରେ ଅବଢା , ଘିଅ ଅନ୍ନ , କାନିକା , ଖେଚୁଡି , ମେଣ୍ଢାମୁଣ୍ଡିଆ , ଅଦା ଓ ହେଙ୍ଗୁ ଖେଚୁଡି , କର୍ମାବାଇ , ଡାଲମା , ବେସର , ମହୁର , ଶାଗ , ପିତା , ଖଟା ଆଦି ବିଭିନ୍ନ ପ୍ରକାରର ଭୋଗ ଲାଗିଛି ।

ପରମ ପବିତ୍ର ଧାମ ଶ୍ରୀକ୍ଷେତ୍ର ଆଉ ଏହାର କ୍ଷେତ୍ରାଧୀଶ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ କୁହାଯାଉଥିବା ମହାପ୍ରସାଦ ବିଶ୍ୱ ବିଦିତ । ସମସ୍ତ ଦେବୀମନ୍ଦିରରେ ଦେବତାଙ୍କୁ ନିବେଦିତ ନୌବେଦ୍ୟକୁ ପ୍ରସାଦ କୁହାଯାଉଥିବାବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ । ମହାପ୍ରସାଦ ହେଉଛି ପେଟପୁରା ମନମୁତାବକ ଖାଇବା ପ୍ରସାଦ । ବେଦ ବିହିତ ଯଜ୍ଞରେ ଯେଉଁ ଅନ୍ନପାକ ହୋଇ ବ୍ରହ୍ମଙ୍କୁ ଅର୍ପଣ କରାଯାଏ ସେହି ବ୍ରହ୍ମାର୍ପିତ ଅନ୍ନ ହେଉଛି ମହାପ୍ରସାଦ । ପୁରୀ ମନ୍ଦିରରେ ପ୍ରତ୍ୟେହ ରୋଷଘରେ ବେଦୋକ୍ତ ମନ୍ତ୍ରରେ ବୌଷ୍ଣବାଗ୍ନି ଆବାହନ ହୋଇ ସେଥିରେ ଅନ୍ନ ରନ୍ଧାଯାଏ । ଏହି ରନ୍ଦନ ଦ୍ରବ୍ୟ ଦାରୁବ୍ରହ୍ମଙ୍କୁ ସମର୍ପଣ କରାଯାଏ ।
ଏହି ପରମ ପବିତ୍ର ମହପ୍ରସାଦ ସେବନ ସମୟରେ ଆକୁଣ୍ଟିତ ଚିତରେ ନିର୍ମଳ ମନରେ ଆତ୍ମଗର୍ବ ନ ରଖି ସେବନ କଲେ ମହାପୁଣ୍ୟ ମିଳେ । ମହାପ୍ରସାଦ ହେଉଛି ଦୋଷ ରହିତ ତଥା ସର୍ବଭାରତୀୟ ହିନ୍ଦୁ ଜାତିର ଅଭାଦ ଗ୍ରାହ୍ୟ ହେବା ସହିତ ବିଭିନ୍ନ ଜାତିର , ଧର୍ମର ଓ ରାଜଶକ୍ତି ପରମ୍ପରା ଅନୁଯାୟୀ ଏହାର ସେବନ ଧର୍ମପ୍ରବର୍ତନର ଉର୍ଦ୍ଧରେ।

Leave A Reply

Your email address will not be published.