ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାପାଇଁ କାମ ଆରମ୍ଭ

0 507

ଭୁବନେଶ୍ୱର – ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଭୁବନେଶ୍ୱରର ୨ଟି ଘରୋଇ ହସ୍ପିଟାଲରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବା ପରେ କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ବୈଷୟିକ ମହାବିଦ୍ୟାଳୟରେ ୫୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ପ୍ରସ୍ତୁତ କରାଯିବ । ଏଥିସହିତ ୫୦ ଶଯ୍ୟାବିଶିଷ୍ଟ ଆଇସିୟୁ ମଧ୍ୟ ଆଗାମୀ ୧୦ଦିନ ମଧ୍ୟରେ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି । ସେହିପରି କରୋନା ସଂକ୍ରମଣର ସଫଳ ମୁକାବିଲା ପାଇଁ କଟକ ଏସ୍‍ସିବିକୁ ୧୫ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି । ଦିନେ ଦୁଇଦିନ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.