ଯୁକ୍ତ ଦୁଇ ପରୀକ୍ଷା ପାଇଁ ହୋଇଛି ଏହି ପ୍ରସ୍ତୁତି

0 398

ଭୁବନେଶ୍ୱର – ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ୧ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା
ଦେବେ । ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପରିଷଦର ନିର୍ଦ୍ଦେଶ ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି.ଟି.ଭି. କ୍ୟାମେରା ଲଗାଯାଇଛି । ଅନ୍ୟପକ୍ଷରେ ସି.ସି.ଟି.ଭି. କ୍ୟାମେରା ନ ଥିବା ଶିକ୍ଷାନୁଷ୍ଠାନରେ କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ । ସେହିପରି ପରୀକ୍ଷା କେନ୍ଦ୍ରକୁ କୌଣସି ପରୀକ୍ଷାର୍ଥୀ, ଅଧ୍ୟାପକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ମୋବାଇଲ୍‍ ଫୋନ୍‍ ନେଇପାରିବେ ନାହିଁ । ଏପରିକି ପରୀକ୍ଷାର୍ଥୀ ଶୌଚାଳୟକୁ ଯିବା ସମୟରେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ପରିଷଦ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପୁଲିସ୍‍ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବ । ପ୍ରଶ୍ନପତ୍ରଗୁଡ଼ିକର ସୁରକ୍ଷା ପାଇଁ ୨୦୨ଟି ହବ୍‍ରେ ପୁଲିସ ମୁତୟନ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.