ଭୁବନେଶ୍ୱର ଏମସ୍‌ରେ ଓଡ଼ିଆ ବଦଳରେ ହିନ୍ଦୀ ଭାଷା ପ୍ରଚଳନକୁ ବିରୋଧ

0 951

ଭୁବନେଶ୍ୱର — ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ ଏମସ୍‌ରେ ହିନ୍ଦୀ ଭାଷାର ପ୍ରଚଳନ ନେଇ ନିର୍ଦ୍ଦେଶନାମା ଜାରି କରାଯିବା ପ୍ରସଙ୍ଗକୁ ଉଭୟ ବିଜେଡ଼ି ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି ।

ଏ ସମ୍ପର୍କରେ ଆଜି ବିଜେଡ଼ି ସାଂସଦ ଓ ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏବଂ ଏମ୍‍ସ୍‍ ନିର୍ଦ୍ଦେଶିକାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନେ ହିନ୍ଦୀ ସହ ଓଡ଼ିଆ ଭାଷାକୁ ସମାନ ଭାବରେ ବ୍ୟବହାର କରିବାକୁ ଦାବି ଜଣାଇଛନ୍ତି ।

ଏ ସମ୍ପର୍କରେ ସାଂସଦ ପିନାକି ମିଶ୍ର କହିଛନ୍ତି ଯେ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ସହ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାରୁ ଏହାକୁ ଅବହେଳା କରାନଯାଉ । ସେହିପରି ସମାଜବାଦୀ ପାର୍ଟି କର୍ମଚାରୀ ଏବଂ ରୋଗୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱପ୍ରଦାନ କରିଛି ।

Leave A Reply

Your email address will not be published.