ଆନ୍ଧ୍ରପ୍ରଦେଶର ରାଜ୍ୟାପାଳ ଭାବେ ଦାୟୀତ୍ୱ ଗ୍ରହଣ କଲେ ବିଶ୍ୱଭୂଷଣ ହରିଚନ୍ଦନ

0 778

ହାଇଦ୍ରାବାଦ .- ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ବୁଧବାରରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟବିଚାରପତି ଜଷ୍ଟିସ୍‍ ସି.ପ୍ରବୀଣକୁମାର ତାଙ୍କୁ ଶପଥପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‍. ଜଗମୋହନ ରେଡ୍ଡୀ ଉପସ୍ଥିତ ଥିଲେ ।

ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଶ୍ରୀ ହରିଚନ୍ଦନ ଚିଲିକା ନିର୍ବାଚନ ମଣ୍ଡଳିରୁ ଦୁଇଥର ଓ ଭୁବନେଶ୍ୱର ଆସନରୁ ତିନିଥର ଏଭଳି ପାଞ୍ଚଥର ବିଧାନସଭାକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ ଜନତାପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ ଭଳି ଅନେକ ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି ।

Leave A Reply

Your email address will not be published.