ଜମ୍ମୁ କଶ୍ମୀର: ସଡ଼କ ଦୁର୍ଘଟଣାରେ ୩୫ ମୃତ

0 832

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏକ ମିନି ବସ ଖାଳକୁ ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୭ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏୟାରଲିଫ୍ଟ ଦିଆଯାଇଛି ।
ଏହାରି ମଧ୍ୟରେ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କିସ୍ତୱାଡ ସଡକ ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କର ପରିବାରକୁ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କୁ ମାଗଣାରେ ଚିକିତ୍ସା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେମାନେ ମୃତକ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.