ରବିବାର ରାତିରେ ବନକଲାଗି ନିତୀ, ରାତି ୯ଟାରୁ ବନ୍ଦ ହେବ ଆଡପ ମଣ୍ଡପ ଦର୍ଶନ

0 1,034

ପୁରୀ . – ଆଡପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ । ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ରବିବାରରେ ହେରା ପଞ୍ଚମୀ ପୂର୍ବ ଦିନ ହୋଇଥିବାରୁ ରାତିରେ ବନକ ଲାଗି ନିତୀ ଅନୁଷ୍ଠିତ ହେବ । ଏଥିପାଇଁ ରାତି ୯ଟାରୁ ଦର୍ଶନ ବନ୍ଦ ରଖା ଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ପରମ୍ପରା ଅନୁଯାୟୀ ରବିବାର ଦ୍ବିତୀୟ ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ।
ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣକୁ ଲାଗି କରାଯିବ ।
ବନକଲାଗି ନିତୀର ଦତ୍ତ ମହାପାତ୍ର ନୀତିକୁ ଶେଷ ସ୍ପର୍ଶ ଦେବେ ।
ପ୍ରାୟ ୬ ଘଣ୍ଟା ଧରି ବନକଲାଗି ନୀତି ଅନୁଷ୍ଠିତ ହେବ।
ରବିବାର ସକାଳେ ୫ଟାରେ ଦ୍ବାରଫିଟା, ସାଢ଼େ ୫ଟାରେ ଭିତରଶୋଧ, ୬ଟାରେ ମଙ୍ଗଳଆଳତି, ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି ଏବଂ ୭ଟାରେ ଅବକାଶ ନୀତି ସଂପନ୍ନ ହୋଇଛି ।
ଭକ୍ତମାନେ ସକାଳ ସାଢ଼େ ୭ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିଛନ୍ତି ।
ସକାଳ ୯ଟାରେ ରୋଷହୋମ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ସାଢ଼େ ୧୦ରୁ ୧୨ଟା ମଧ୍ୟରେ ସକାଳଧୂପ, ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ଭୋଗମଣ୍ଡପ, ଗୋଟାଏ ୪୫ରେ ମଇଲମ, ସାଢ଼େ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୩ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୩ଟାରେ ନୂଆଲୁଗା ଲାଗି ଓ ବେଶ, ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଆରମ୍ଭ ହେବ।
ରାତି ପ୍ରାୟ ୯ଟାରୁ ବନକଲାଗି ଶେଷ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସୋମବାରରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.