କାଲି ବୁଦ୍ଧ ପୂର୍ଣ୍ଣିମା: ଗୌତମ ବୁଦ୍ଧଙ୍କ ବାଣୀ ଥିଲା ଏମିତି

0 273

ନୂଆଦିଲ୍ଲୀ: ଏକଦା କପିଳାବସ୍ତୁର ରାଜକୁମାର ସିଦ୍ଧାର୍ଥ ବୁଦ୍ଧତ୍ୱକୁ ଖୋଜିବା ପାଇଁ ବୁଲୁଥିଲେ । ଥରେ ତାଙ୍କୁ ଏମିତି ଲାଗିଲା ସତ୍ୟ ଜ୍ଞାନ ଖୋଜିବାରେ ତାଙ୍କ ତ୍ୟାଗ କରିବା ବ୍ୟର୍ଥ ହୋଇଗଲା । କୁହାଯାଇ ଥାଏ ଯେ, ଏହି ସମୟରେ ଗୋଟିଏ ଛୋଟ କାରଣରୁ ତାଙ୍କୁ ସିଦ୍ଧାର୍ଥରୁ ଗୌତମ ବୁଦ୍ଧ ହେବାରେ ସାହାର୍ଯ୍ୟ କରିଥିଲା । ଏହି ଛୋଟ କାରଣ ଯୋଗୁଁ ସିଦ୍ଧାର୍ଥଙ୍କ ମନରେ ବିଚାର ଆସିବାକୁ ଲାଗିଲା ଯେ ରାଜମହଲରୁ ଫେରିଯିବା ପାଇଁ ମନ ହେଲା । ଶେଷରେ କପିଲାବସ୍ତୁ ଆଡକୁ ଚାଲିଲେ । ଚାଲୁ ଚାଲୁ ତାଙ୍କୁ ବହୁତ ଜୋରରେ ଶୋଷ ଲାଗିଲା । ପାଖରେ ଏକ ନଈ ଥିଲା । ସେ ନଈ ପାଖକୁ ଗଲେ ।
ମାହାତ୍ମା ବୁଦ୍ଧଙ୍କ ନିଜର ନିଷ୍ପତ୍ତି ଉପରେ ବିଚାର ବିର୍ମଶ କରିବା ମାନବ ସ୍ୱଭାବ ଥିଲା । ତାଙ୍କର ଏହି ବିଚାର ବିମର୍ଶରୁ ଦୁଇଟି କଥା ଶିଖାଯାଇପରିବ । ଗୋଟିଏ ହେଉଛି ଅସଫଳ ମିଳୁ କି ସଫଳତା, ଆମକୁ ସବୁବେଳେ ପ୍ରୟାସ କରିବା ଆବଶ୍ୟକତା ଅଛି । ଦ୍ୱିତୀୟ ଏହା ଯେ ହେଉଛି ଯେ ମନୁଷ୍ୟ ସାରା ଜୀବନ ଶିକ୍ଷା ଗ୍ରହଣ କରିପାରିବ ।

ଗୃହସ୍ଥ ଜୀବନର ଜ୍ଞାନ-
ପ୍ରସିଦ୍ଧ ସାହିତ୍ୟିକ ରାହୁଲ ସଂକୃତ୍ୟାୟାନ ମାହାତ୍ମା ବୁଦ୍ଧଙ୍କ ଜୀବନ ଦର୍ଶନ ଉପରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ରାହୁଲ ମାହାତ୍ମା ବୁଦ୍ଧଙ୍କ ଉପରେ କରାଯାଇଥିବା ଅଧ୍ୟୟନ ଓ ବହିରେ କହିଛନ୍ତି, ମହାତ୍ମା ବୁଦ୍ଧଙ୍କ ଦୁଇଟି କଥାରେ ସେ ବେଶି ପ୍ରଭାବିତ ହୋଇଥିଲେ । ବୁଦ୍ଧ ଜ୍ଞାନ ପାଇବା ପାଇଁ ଜୀବନରୁ ସନ୍ୟାସ ନେଇଥିଲେ କିନ୍ତୁ ନିଜର ଉପଦେଶରେ ସେ ସବୁବେଳେ କହୁଥିଲେ, ଗୃହସ୍ଥ ଜୀବନରେ ରହି ମଧ୍ୟ ଜ୍ଞାନ ପାଇପାରିବେ । ଏତିକି କରିବାକୁ ପଡିବ ଯେ ଆମକୁ ନିଜର କର୍ମ ପଥରେ ସବୁବେଳେ ଚାଲିବାକୁ ହେବ ।

ବିଚାରରୁ ମୁକ୍ତି-
ସେ ମହାତ୍ମା ବୁଦ୍ଧଙ୍କ ବିଷୟରେ ଗୋଟିଏ କଥା ମନେ ରଖିବାକୁ କହନ୍ତି ଯେ ତାଙ୍କର ଇଚ୍ଛା ସବୁବେଳେ ଦ୍ରଷ୍ଟା ହେବାରେ ଥିଲା । ସେ ନିଜେ ଦ୍ରଷ୍ଟା ଥିଲେ । ଏହି ଦ୍ରଷ୍ଟାର ଅର୍ଥ ହେଉଛି ସତ୍ୟର ଦର୍ଶନ କରିବା ।
ଧ୍ୟାନରୁ ଖୋଲିଥାଏ ଆଖି-
ଧ୍ୟାନରୁ ଖୋଲିଥାଏ ଅନ୍ତରର ଆଖି । ଏହି ଆଖିରେ ବିଚାରର ଚିନ୍ତାଧାରା ରହିବା ଉଚିତ ନୁହେଁ । ବିଚାରର ବୋଝରେ ମନୁଷ୍ୟର ଦୃଷ୍ଟି ହଜିଯାଇଥାଏ । ଭିନ୍ନ-ଭିନ୍ନ ବିଚାରଗୁଡିକର ପ୍ରଭାବରେ ଆପଣ ତାହା ଦେଖିପାରନ୍ତି ନାହିଁ, ଯାହା ଆପଣଙ୍କୁ ଦେଖିବା ଦରକାର । ଏଥିପାଇଁ ଧ୍ୟାନର ପ୍ରଥମ ସର୍ତ୍ତ ହେଉଛି ସମସ୍ତ ପ୍ରକାର ବିଚାରଗୂଡିକରୁ ମୁକ୍ତି ।

ଦୟା, ଅଂହିସା ଓ କ୍ଷମାର ଭାବ-
ବୌଦ୍ଧ ଧର୍ମ ଗୁରୁ ଦଲାଇ ଲାମା କହନ୍ତି ଯେ ମାହାତ୍ମା ବୁଦ୍ଧଙ୍କୁ ସେତେବେଳେ ପ୍ରକୃତ ଜ୍ଞାନ ମିଲିପାରିଥିଲା, ଯେତେବେଳେ ତାଙ୍କ ଠାରେ ଦୟା, କ୍ଷମା, କରୁଣା, ଅଂହିସା ଓ ମାନବତା ପ୍ରତି ପ୍ରେମ ଭାବ ଚରମ ସୀମାରେ ଥିଲା । ଏହା ସତ ଯେ ସମସ୍ତ ଭାବ ଗୋଟିଏ ଦିନରେ ହୋଇପାରିବ ନାହିଁ । ଏଥିପାଇଁ ସବୁବେଳେ ପ୍ରୟାସ କରିବାକୁ ପଡିବ ।

ତ୍ରିବିଧ ଜୟନ୍ତୀ-
ଗୟାର ବୌଦ୍ଧ ଭିକ୍ଷୁ ନାଗସେଣ କହନ୍ତି ଯେ, ବୁଦ୍ଧ ପୂର୍ଣ୍ଣିମାକୁ ବୌଦ୍ଧ ଜଗତରେ ତ୍ରିବିଧ ଜୟନ୍ତୀ ନାମରେ ମଧ୍ୟ ଜଣାଯାଏ । କାରଣ ବୈଶାଖ ପୂର୍ଣ୍ଣିମାରେ ହିଁ ରାଜକୁମାର ସିର୍ଦ୍ଧାଥଙ୍କ ଜନ୍ମ ଲୁମ୍ବୁନୀରେ, ବୁଦ୍ଧତ୍ୱର ପ୍ରାପ୍ତି ଉରୁବେଲ ବନ (ବୋଧଗୟାର ପୁରୁଣା ନାମ)ରେ ଓ ତାଙ୍କର ମହାନିର୍ବାଣ କୁଶିନଗରରେ ହୋଇଥିଲା । ବୈଶାଖ ପୂର୍ଣ୍ଣମା ବୌଦ୍ଧମାନଙ୍କ ପାଇଁ ପବିତ୍ର ଦିନମାନଙ୍କ ମଧ୍ୟରୁ ଅନ୍ୟତମ ।

Leave A Reply

Your email address will not be published.