ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

0 864

ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ
ନୂଆଦିଲ୍ଲୀ . – ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ୪୦ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି ।

ଏହି ଅଧିବେଶନରେ ଅଂଶଗ୍ରହଣକାରୀମାନେ 5ଟି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ସେମାନଙ୍କ ମତ ରଖିଥିଲେ । ସମଷ୍ଟିଗତ-ଅର୍ଥବ୍ୟବସ୍ଥା ଓ ନିଯୁକ୍ତି, କୃଷି ଓ ଜଳସେଚନ, ରପ୍ତାନୀ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଆଦି ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ମତ ଏବଂ ବିଚାର ବ୍ୟକ୍ତ କରିଥିବାରୁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଓ ରାଓ ଇନ୍ଦ୍ରଜିତ ସିଂ ମଧ୍ୟ ଉପସ୍ଥିତ ଥିଲେ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏବଂ କେନ୍ଦ୍ର ସରକାର ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.