ଅଣଅଧିକୃତ କ୍ୟାମକୋଡିଂ ଓ ଚଳଚ୍ଚିତ୍ରର ନକଲ କରୁଥିବା ଲୋକମାନଙ୍କ ପାଇଁ ତିନି ବର୍ଷର କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା

0 70

ଚଳଚଚ୍ଚିତ୍ର ଚୋରୀ ଓ ସ୍ଵତ୍ତ୍ଵାଧିକାର ଉଲ୍ଲଙ୍ଘନକୁ ରୋକିବା;
ଅଣଅଧିକୃତ କ୍ୟାମକୋଡିଂ ଓ ଚଳଚ୍ଚିତ୍ରର ନକଲ କରୁଥିବା ଲୋକମାନଙ୍କ ପାଇଁ ତିନି ବର୍ଷର କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନ କିମ୍ବା ଉଭୟ ଦଣ୍ଡ ବ୍ୟବସ୍ଥା ଲାଗି ସିନେମାଟୋଗ୍ରାଫ ଆଇନ, ୧୯୫୨ରେ ସଂଶୋଧନକୁ କ୍ୟାବିନେଟର ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସିନେମାଟୋଗ୍ରାଫ ଆଇନ, ୧୯୫୨ରେ ସଂଶୋଧନ ଲାଗି ସିନେମାଟୋଗ୍ରାଫ ବିଲ ୨୦୧୯କୁ ଉପସ୍ଥାପନ କରିବା ସଂକ୍ରାନ୍ତରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ବିଲର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ଚୋରୀ ରୋକିବା ଏବଂ ଏଥିରେ ଅଣ-ଅଧିକୃତ କ୍ୟାମକୋଡିଂ ଏବଂ ଚଳଚ୍ଚିତ୍ରର ନକଲ ତିଆରି କରିବା ବିରୋଧରେ ଦଣ୍ଡନୀୟ ବ୍ୟବସ୍ଥାକୁ ସାମିଲ କରିବା ।

ବିବରଣୀ :

ଚଳଚ୍ଚିତ୍ର ଚୋରୀ ରୋକିବା ଲାଗି ସଂଶୋଧନରେ ନିମ୍ନଗୁଡ଼ିକୁ ସାମିଲ କରାଯାଇଛି:

-ଅଣ ଅଧିକୃତ ରେକଡିଂକୁ ରୋକିବା ଲାଗି ନୂତନ ଧାରା ୬ଏଏକୁ ଯୋଡ଼ାଯାଇଛି ।

ସିନେମାଟୋଗ୍ରାଫ ଆଇନ, ୧୯୫୨ର ଧାରା ୬ଏ ପରେ ନିମ୍ନ ଧାରା ଯୋଡ଼ାଯିବ ।

୬ଏଏ : “ଅନ୍ୟ କୌଣସି ଲାଗୁ ଆଇନ ସତ୍ତ୍ୱେ କୌଣସି ବ୍ୟକ୍ତିକୁ ଲେଖକଙ୍କ ଲିଖିତ ଅନୁମତି ବିନା କୌଣସି ଅଡିଓ ଭିଜୁଆଲ ରେକର୍ଡ ଉପକରଣର ଉପଯୋଗ କରି କୌଣସି ଚଳଚ୍ଚିତ୍ର କିମ୍ବା ଏହାର କୌଣସି ଭାଗକୁ ପ୍ରସାରିତ କରିବା କିମ୍ବା ପ୍ରସାରଣ କରିବାର ସହାୟତା ପହଁଚାଇବାର ଅନୁମତି ମିଳିବ ନାହିଁ ।

ଲେଖକଙ୍କ ଅର୍ଥ ସିନେମାଟୋଗ୍ରାଫ ଆଇନ, ୧୯୫୨ର ଧାରା ୨ ଉପଧାରା-ଡିରେ ଦିଆଯାଇଥିବା ବ୍ୟାଖ୍ୟା ଅନୁରୂପ ହେବ ।

-ଧାରା ୭ରେ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଧାରା ୬ଏଏର ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଦଣ୍ଡନୀୟ ବ୍ୟବସ୍ଥାକୁ ଉପସ୍ଥାପନ କରିବା: ମୁଖ୍ୟ ଅଧିନିୟମର ଧାରା-୭ରେ ଉପଧାରା-୧ ପରେ ନିମ୍ନ ଉପଧାରା ୧ଏ ଯୋଡ଼ି ହେବ ।

‘ଯଦି କୌଣସି ବ୍ୟକ୍ତି ଧାରା ୬-ଏଏର ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛନ୍ତି, ତା’ହେଲେ ତାଙ୍କୁ ୩ ବର୍ଷ ପର୍ୟ୍ୟନ୍ତ କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନ କିମ୍ବା ଉଭୟ ଦଣ୍ଡାଦେଶ ହୋଇପାରେ ।

ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଉଦ୍ୟୋଗର ରାଜସ୍ୱରେ ବୃଦ୍ଧି ଘଟିବ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭାରତର ରାଷ୍ଟ୍ରୀୟ ଆଇପି ନୀତିର ପ୍ରମୁଖ ଉଦ୍ଦେଶ୍ୟ ପୂରଣ ହେବ ଏବଂ ଚୋରୀ ଏବଂ ଅନଲାଇନ ବିଷୟବସ୍ତୁର ନକଲ ଅଧିକାର ଉଲ୍ଲଙ୍ଘନ ମାମଲାରେ ଆଶ୍ୱସ୍ତି ମିଳିପାରିବ ।

Leave A Reply

Your email address will not be published.