କରୋନା ମହାମାରୀ ଲଢେଇ- ଜୀବନ ସୁରକ୍ଷା ନେଇ ଆମକୁ ପ୍ରାଥମିକତା ଦେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

0 413

ଭୁବନେଶ୍ୱର – କରୋନା ମହାମାରୀ ଲଢ଼େଇରେ ଜୀବନ ଓ ଜୀବିକା ଉଭୟେ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଲୋକେ ସୁସ୍ଥ ରହିଲେ ଜୀବିକା ମଧ୍ୟ ଆଗକୁ ବଢ଼ିବ ।

ତେବେ ଲୋକମାନଙ୍କର ଜୀବିକା ପାଇଁ ଲକ୍‍ଡାଉନ କଟକଣା କୋହଳ ହୋଇଥିବା ବେଳେ ଜୀବନ ସୁରକ୍ଷା ନେଇ ଆମକୁ ପ୍ରାଥମିକତା ଦେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଚଳିତ ମାସରେ କରୋନାର ଦ୍ରୁତ ସଂକ୍ରମଣ ଆମ ସମସ୍ତଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏ ନେଇ ସମସ୍ତେ ସତର୍କ ରହିବା ସହିତ ସଂଯମବୃତି ଆପଣେଇବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ନିବେଦନ କରିଛନ୍ତି ।

Leave A Reply

Your email address will not be published.