ଓଡ଼ିଶାରେ ପହଞ୍ଚିଛି କରୋନା ଟିକା – ଏତିକି  ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇ ପାରିବ ଏହି ଟିକା

0 898

ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଆମ ରାଜ୍ୟରେ  ମଙ୍ଗଳବାରରେ  ପହଞ୍ଚିଛି କୋଭିସିଲ୍ଡ କରୋନା ଟିକା ଆଜି ଅପରାହ୍ନରେ ପୁଣେରୁ ଏକ ସ୍ୱତନ୍ତ୍ର ଘରୋଇ ବିମାନରେ ଏହି ଟିକା ସବୁ ଅଣାଯାଇଛି ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା ସୁରକ୍ଷା ବ୍ୟବସ୍ଥା ଭିତରେ ଟିକାଗୁଡ଼ିକୁ ବିମାନବନ୍ଦରରୁ ରାଜ୍ୟ ଭ୍ୟାକ୍ସିନ୍ସେଣ୍ଟରକୁ ନିଆଯାଇଛି ଏହି ଟିକା ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଟିକା ବିତରଣ କରାଯିବ

ଏହାପରେ ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟରେ ବୟସ୍କ ସ୍ୱାସ୍ଥ୍ୟକର୍ମୀ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ମାଗଣାରେ ଦିଆଯିବ ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି

 

 ରାଜ୍ୟ ଭ୍ୟାକ୍ସିନ୍ଷ୍ଟୋରରେ ଟିକା ପହଞ୍ଚିବା ପରେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି  ପ୍ରଥମ ପର୍ଯ୍ୟାୟରେ ଆସିଥିବା କୋଭିସିଲ୍ଡର ୪୦ ହଜାର ଶହ ଭାଇଲ୍‍ (ଛୋଟ ବୋତଲ) ଆସିଛି ଗୋଟିଏ ବୋତଲରୁ ୧୦ ଟି ଡୋଜ୍ଦିଆଯାଇ ପାରିବ ସେହି ଅନୁସାରେ ଆଜି ଯେତିକି ଟିକା ରାଜ୍ୟରେ  ପହଞ୍ଚିଛି ତାହା କେବଳ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କ ପାଖକୁ ମେସେଜ୍ଯିବ ଯେଉଁ ଜିଲ୍ଲାରେ କୋଭିଡ୍ସ୍ଥିତି ଉଦ୍ବେଗଜନକ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ ରାଜ୍ୟ ଭ୍ୟାକ୍ସିନ୍ଷ୍ଟୋରରେ ଟିକା ପହଞ୍ଚିବା ପରେ ଜିଲ୍ଲାସ୍ତରକୁ ନେବାଲାଗି ଜିଲ୍ଲାପାଳ ମାନଙ୍କୁ ଚିଠି କରାଯାଇଛି

ସେମାନେ ଆଜି କିମ୍ବା ଆସନ୍ତାକାଲି ଭିତରେ ଟିକା ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ସେହିପରି ୨୦ ହଜାର କୋଭାକ୍ସିନ ଡୋଜ୍ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି ଆସନ୍ତା ଜାନୁୟାରୀ ୨୫ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡାଟା ପ୍ରସ୍ତୁତ କରିବାକୁ ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ସହରାଞ୍ଚଳ ବିଭାଗକୁ ପତ୍ର ଲେଖାଯାଇଛି

 ସୂଚନାଯୋଗ୍ୟ ଦେଶରେ କରୋନା ସ୍ଥିତି ଟିକାକରଣ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ କୋଟି କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି

Leave A Reply

Your email address will not be published.