୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଗସ୍ତ

0 1,126

ଭୁବନେଶ୍ୱର .- ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ଅଶିତ୍‍ ତ୍ରିପାଠୀ ମଧ୍ୟ ଏହି ବୈଠକରେ ଯୋଗ ଦେବେ ।

ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ୱରଠାରେ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣ ସହିତ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ସରକାରଙ୍କ ମାଓ ଦମନ ରଣନୀତି ସଫଳ ହୋଇଛି । ମାଓପ୍ରବଣ ଜିଲ୍ଲା ୧୫ରୁ ଖସି ଏବେ ୫ରେ ପହଞ୍ôଚଛି । ଆଗକୁ ମଧ୍ୟ ମାଓ ଦମନ ନୀତି ଆହୁରି ଦୃଢଭାବେ କାର୍ଯ୍ୟକାରୀ କରାଯିବ ।

Leave A Reply

Your email address will not be published.