ଦେୟ ପୈଠ ନହୋଇଥିଲେ ମଧ୍ୟ ବିଦ୍ୟୁତ୍‍ ଯୋଗାଣ ଚାଲୁ ରହିବ

0 1,376

ନୂଆଦିଲ୍ଲୀ – କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ହୋଇଥିବା ଲକ୍‍ଡାଉନ୍‍ ସମୟରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହାର ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇଦେବା ଲାଗି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ କହିଛନ୍ତି ।

ସେ କହିଛନ୍ତି ଦେଶର ଶତକଡା ୭୦ଭାଗ ବିଦ୍ୟୁତ୍‍ ଶକ୍ତି ତାପଜ ଶ୍ରେଣୀର । ସେ ଦୃଷ୍ଟିରୁ ତାପଜଶକ୍ତି କେନ୍ଦ୍ରଗୁଡ଼ିକୁ କୋଇଲାର ନିରବଚ୍ଛିନ୍ନ ପରିବହନଯେପରି ଜାରି ରହେ ସେଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ରେଳ ଓ କୋଇଲାମନ୍ତ୍ରଣାଳୟ ସହ ଯୋଗାଯୋଗ ଅବ୍ୟାହତ ରହିଛି । ସେହିଭଳି ବିଦ୍ୟୁତ୍‍ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡ଼ିକ ସେମାନଙ୍କର ଦେୟ ପୈଠନହୋଇଥିଲେ ମଧ୍ୟ ବିଦ୍ୟୁତ୍‍ ଯୋଗାଣ ଅବ୍ୟାହତ ରଖିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୩ମାସର ମହଲତ ଦେବାକୁ କେନ୍ଦ୍ରୀୟ ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଅନୁରୂପ ନିର୍ଦ୍ଦେଶ ରାଜ୍ୟ ବିଦ୍ୟୁତ୍‍ ନିୟାମକ ଆୟୋଗଙ୍କୁ ଦେବାଳାଗି ରାଜ୍ୟ ସରକାର ମାନଙ୍କୁମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.