ଭୁବନେଶ୍ୱର – ବକେୟା ବିଦ୍ୟୁତ୍ ବିଲ୍ ପଇଠ କରିନଥିବାର ଉପଭୋକ୍ତାଙ୍କର ବିଦ୍ୟୁତ୍
କାଟ୍ ପ୍ରକ୍ରିୟା ଜାରି ରହିଛି । ଗତକାଲି ୧ ହଜାର ୪୧୬ ଜଣ ବ୍ୟବସାୟୀଙ୍କର ବିଦ୍ୟୁତ୍ କାଟ୍ କରାଯାଇଛି । ଅନ୍ୟପକ୍ଷରେ ବକେୟା ବିଲ୍ ବାବଦକୁ ୪ କୋଟି ୫୩ଲକ୍ଷ ଟଙ୍କା ଆଦାୟ କରାଯାଇଛି ।
ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ମୋଟ୍ ୭ ହଜାର ୬୯୧ ଜଣ ଉପଭୋକ୍ତାଙ୍କର ବିଦ୍ୟୁତ୍ କାଟ୍ କରାଯାଇଛି । ଗତକାଲି ସୁଦ୍ଧା ବକେୟା ବିଲ୍ ବାବଦରେ ସେସୁ ପାଖାପାଖି ୨୫ କୋଟି ଟଙ୍କା ଆଦାୟ କରିଛି ବୋଲି ସୂଚନା ମିଳିଛି ।