ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନ୍ୟ ରାଜରୁ ଆସିଥିବା କୁଶଳୀ ଶ୍ରମିକଙ୍କ ସହ ଆଇଟିଆଇ ଛାତ୍ର କରୁଛନ୍ତି ବିଦ୍ୟୁତ ପୁନରଉଦ୍ଧାର କାର୍ଯ୍ୟ

0 394

ଭୁବନେଶ୍ୱର – ବାତ୍ୟା ପ୍ରଭାବିତ ଅଞ୍ଚଳରେ ମୌଳିକ ସୁବିଧା ଯଥା ପାନୀୟ ଜଳଯୋଗାଣ, ବିଦ୍ୟୁତ, ରିଲିଫ୍‌ ଓ ପୁନରୁଦ୍ଧାର, ଟେଲିଯୋଗାଯୋଗ, ବ୍ୟାଙ୍କିଂ ସୁବିଧା, ସ୍ୱାସ୍ଥ୍ୟ ଏବଂ ପରିମଳ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ କୁଶଳୀ ଶ୍ରମିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତି ବ୍ୟବହାର କରି ପ୍ରଭାବିତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବାରେ ଆଶାନୁରୂପକ ପ୍ରଗତି ହାସଲ କରିବାରେ ସମର୍ଥ ହୋଇଛନ୍ତି । ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପୁନର୍ବାହାଲ କାର୍ଯ୍ୟ ସଫଳ କରିବା ପାଇଁ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ବିପର୍ଯ୍ୟସ୍ତ ହୋଇଥିବା ବିଦ୍ୟୁତ ସରବରାହ ଭିତ୍ତିଭୂମିକୁ ପୁନଃକ୍ଷମ କରାଯିବା ପାଇଁ ରାଜ୍ୟ ବାହାରୁ କୁଶଳୀ ମାନବସମ୍ବଳ ଅଣାଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷାନବିଶମାନଙ୍କୁ ବିଦ୍ୟୁତସେବାର ପୁନଃକ୍ଷମ କାର୍ଯ୍ୟରେ ନିୟୋଜିତ କରାଯାଉଛି ।

Leave A Reply

Your email address will not be published.