ଗଣେଶ ଚତୁର୍ଥୀର କଥା

0 3,194

ଥରେ ଶିବ ପାର୍ବତୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଏଥିପାଇଁ ମା ପାର୍ବତୀ କୈଳାସ ଛାଡି ଏକ ଗୁମ୍ଫାରେ ବାସ କରୁଥିଲେ । ସେ ସ୍ନାନ କରିବା ସମୟରେ ହଳଦୀ ଚନ୍ଦନରୁ ଏକ ପ୍ରତିମା ତିଆରି କରିଥିଲେ । ସେଥିରେ ପ୍ରାଣ ପ୍ରତିଷ୍ଠା କରିଥିଲେ । ତାଙ୍କର ନାମ ଦେଇଥିଲେ ଗଣେଶ । ଗଣେଶ ଗୁମ୍ଫାରେ ପ୍ରହରା ଦେଉଥିଲେ । ଥରେ ଶିବ ପାର୍ବତୀଙ୍କୁ ମନାଇବା ପାଇଁ ଆସିଥିଲେ । ମାତ୍ର ଗଣେଶ ତାଙ୍କୁ ଗୁମ୍ଫାରେ ପ୍ରବେଶ କରିବା ପାଇଁ ଦେଇ ନଥିଲେ । ପରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଶିବ ଗଣେଶଙ୍କର ଶିର ଛେଦନ କରିଥିଲେ । ମାଆ ପାର୍ବତୀ ଏ କଥା ଜାଣିବା ପରେ କ୍ରନ୍ଦନରତ ଅବସ୍ଥାରେ ତାଙ୍କୁ ଜୀବୀତ କରିବା ପାଇଁ କହିଥିଲେ । ପାର୍ବତୀଙ୍କ କଥାରେ ଶିବ ଗଣେଶଙ୍କୁ ଜୀବୀତ କରିବା ପାଇଁ ଏକ ଶିର ଖୋଜିଥିଲେ । ମାତ୍ର ବାଳକ ଶିର ମିଳି ନଥିଲା । ପରେ ଐରାବତ ହାତୀର ଶିଶୁର ଶିର ଲଗାଯ।ଇ ପ୍ରାଣ ପ୍ରତିଷ୍ଠା କରିଥିଲେ । ସେ ହୋଇଥିଲେ ଗଜାନନ । ଅଗ୍ରପୂଜ୍ୟ । ଅନେକ ବରଦାନ ପାଇଥିଲେ । ଭାଦ୍ରମାସ ଚତୁର୍ଥୀ ତିଥିରେ ଏହା ହୋଇଥିଲା । ଏଥିପାଇଁ ଏହି ତିଥିରେ ଗଣେଶ ପୂଜା ହୋଇଥିଲା ।

Leave A Reply

Your email address will not be published.