ଭାରତ ବ୍ୟତୀତ ୧୪ ଦେଶରେ ଆରମ୍ଭ ହେବ ଗୁଗଲ କ୍ଲାଉଡ ଗେମିଂ ସେବା

0 1,288

ନୂଆଦିଲ୍ଲୀ: ଗୁଗୁଲ ଭିଡିଓ ଗେମ ଷ୍ଟ୍ରିମିଙ୍ଗ ସେବା ‘ଷ୍ଟାଡିୟା’ ବିଷୟରେ କିଛି ନୂଆଁ ସୂଚନା ଜାରି କରିଛି । ଏହି ସେବା ନଭେମ୍ବରରୁ ୧୪ଟି ଦେଶରେ ଉପଲବ୍ଧ ହେବ । ନୂଆ ସୂଚନା ଗୁରୁବାର ଜାରି କରାଯାଇଛି । ଏହି ସେବାର ଆରମ୍ଭ ପାଇଁ ଗୁଗୁଲ ନିଜର ‘ଫାଉଣ୍ଡର୍ସ ଆଡିଶନ ବଣ୍ଡଲ’ ହାର୍ଡୱେର ପ୍ୟାକକୁ ୯.୯୯ ଡଲାରର ମାସିକ ସଦସ୍ୟତା ଶୁକ୍ଳ ସହିତ ୧୨୯ ଡଲାରରେ ବିକିବ । ୟୁରୋପରେ ଏହାର ଦାମ ୧୨୯ ୟୁରୋ ଓ ମାସିକ ସଦସ୍ୟତା ଶୁକ୍ଳ ୯.୯୯ୟୁରୋ ପ୍ରତି ମାସ ହେବ ।
ଗେମର ଏହି ନୂଆ ମଂଚର ଲକ୍ଷ୍ୟ ନେଟଫ୍ଲିକ୍ସ ପରି ସଦସ୍ୟତା ଉପଲବ୍ଧ କରାଇବା ଅଟେ, ଯାହା ଖେଳାଳିମାନଙ୍କୁ କୌଣସି ମାଧ୍ୟମରେ ଉପକରଣରେ ଗେମ ଖେଳିବାର ସୁବିଧା ଦେବ । ଇଣ୍ଟରନେଟ କ୍ଳାଉଡର କାରଣରୁ ଏହା ସମ୍ଭବ ହୋଇପାରିବ ।
ଏଥିରେ ଗେମିଙ୍ଗ ଉଦ୍ୟୋଗର ବଡ ସମସ୍ୟା ହୋଇପାରେ । କାରଣ ବ୍ୟବହାରକାରୀ ଡିସ୍କ ବା ଡାଉନଲୋଡରୁ କଂସୋଲ ଏବଂ ଗେମ ସଫ୍ଟୱେରରୁ ବଂଚି ପାରିବେ । ଯେଉଁମାନେ ସଦସ୍ୟତା ନେଇଥିବେ ସେମାନଙ୍କୁ ମୁକ୍ତ ଗେମ ମିଳିବ ଓ ସେମାନେ କିଛି ବ୍ଳକବଷ୍ଟର ଟାଇଟଲ ମଧ୍ୟ କିଣି ପାରିବେ ।

Leave A Reply

Your email address will not be published.