ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରର ନୀତିକାନ୍ତି, ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ

0 7,019

ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ । ଏଥିପାଇଁ ଅପରାହ୍ନ ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଏହି ଗ୍ରହଣ ସର୍ବମୋକ୍ଷ ମଙ୍ଗଳବାର ବିଳମ୍ବିତ ରାତ୍ରୀ ବା ବୁଧବାର ଭୋର ୪ଘଣ୍ଟା୩୦ ମିନିଟରେରେ ହେବ। ନୀଳାଦ୍ରୀ ବିଜେ ଶେଷ ହୋଇ ରତ୍ନ ସିଂହାସନରେ ଶ୍ରୀଜୀଉମାନେ ଅଧିଷ୍ଠିତ ହୋଇଛନ୍ତି । ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ
ସକାଳ ୬ଟାରେ ଦ୍ୱାର ଫିଟା
୬.୩୦ ମିନିଟରେ ଭିତରଶୋଧ
୭ଟାରେ ମଙ୍ଗଳ ଆଳତି
୭.୩୦ରେ ମଇଲମ-ତଡପଲାଗି
କି ୭.୫୦ରେ ଅବକାଶ ପୂଜା
୮.୧୦ଟାରେ ଅଧର ପୋଛା
୮.୩୫ଟାରେ ମଇଲମ
୯.୩୦ଟାରେ ବେଶଶେଷ
୮.୪୫ଟାରେ ସୂର୍ଯ୍ୟପୂଜା
୯ଟାରେ ଦ୍ୱାରପାଳ ପୂଜା
୧୦ଟାରେ ଗୋପାଳ ବଲ୍ଲଭ ପୂଜା ଶେଷ
୧୦.୩୦ରୁ ୧୧.୩୦ଟାରେ ସକାଳ ଧୂପ
୧୨.୦୦ରୁ ୧.୦୦ଟାରେ ମଇଲମ ଓ ବେଶ ଶେଷ
୧୦.୪୫ରୁ ୧.୩୦ଟାରେ ଭୋଗମଣ୍ଡପ
୨.୦୦ରୁ ୩.୦୦ ଟାରେ ମଧ୍ୟାହ୍ନ ଧୂପ
୨.୨୫ରୁ ୪.୦୦ଟାରେ ଦ୍ୱିତୀୟ ଭୋଗମଣ୍ଡପ
୪ଟାରେ ମଇଲମ ଏବଂ ୪.୩୦ରେ ତଡପଲାଗି

Leave A Reply

Your email address will not be published.