ତ୍ୱଚା ଅନୁସାରେ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ, ଖୁବ ସୁନ୍ଦର ଦେଖାଯିବେ

0 25

ଆଜିକାଲିର ପରିବେଶରେ ଖରା ଓ ପ୍ରଦୂଷଣ ପାଇଁ ତ୍ୱଚାରେ ବହୁତ ସମସ୍ୟା ଦେଖାଦେଉଛି । ଏହି ସବୁ ସମସ୍ୟାରେ ଫେସପ୍ୟାକ ବହୁତ ସାହାଯ୍ୟ କରିଥାଏ । ସବୁପ୍ରକାର ତ୍ୱଚା ପାଇଁ ଭିନ୍ନ-ଭିନ୍ନ ପ୍ରକାର ଫ୍ୟାସପେକର ଆବଶ୍ୟକତା ରହିଥାଏ ।

ଶୁଷ୍ମ ତ୍ୱଚା ପାଇଁ-
ଖରା ଦିନେ ଶୁଷ୍ମ ତ୍ୱଚା ବହୁତ ସମ୍ବେଦନଶୀଳ ହୋଇଥାଏ । ସୁର୍ଯ୍ୟର ଅତିବାଇଗଣୀ କିରଣର ପ୍ରଭାବ ଏହି ତ୍ୱଚାରେ ଶୀଘ୍ର ହୋଇଥାଏ । ଏଥିରେ କଳା ଓ ଶୁଷ୍ମତାର ସମସ୍ୟା ବଢିଯାଇଥାଏ । ଏମିତି ତ୍ୱଚା ଥିବା ମହିଳାକାନଙ୍କ ପାଇଁ ଏହି ଫ୍ୟାସପେକ ଲାଭଦାୟକ ହେବ ।

ଅମୃତଭଣ୍ଡା-
ଅମୃତଭଣ୍ଡା ପ୍ରକୃତିକ ଏକ୍ସଫୋଲିଏଟର ଅଟେ, ଯାହା ତ୍ୱଚାର ମୃତ କୋଶିକାଗୁଡିକୁ ଅଲଗାଇବାରେ କାମ କରିଥାଏ । ଏଥିରେ ଥିବା ତତ୍ୱ ତ୍ୱଚାକୁ ବହୁତ ସମୟ ପର୍ଯ୍ୟନ୍ତ ଜୀବିତ ରଖିଥାଏ । ଶୁଷ୍ମ ତ୍ୱଚା ପାଇଁ ଏହି ମଶ୍ଚରାଇଜରର କାମ କରିଥାଏ ।

କେମିତି ବ୍ୟବହାର କରିବେ-
ପାଚିଲା ଅମୃତଭଣ୍ଡାକୁ ତିନି ଚିରି ଫାଳ କରି ତାର ପେଷ୍ଟ ବନାନ୍ତୁ ଓ ତାହାକୁ ନିଜର ମୁହଁରେ ଭଳ ଭାବରେ ଲଗାନ୍ତୁ । ଏହା ପରେ ନରମ ସୂତା କପଡାରେ ମୁହଁକୁ ଭଳ ଭାବରେ ଘୋଡାଇ ଦିଅନ୍ତୁ । କାରଣ ପେକ ଭଳ ଭାବରେ ଲାଗି ରହିବ । ୧୫ ମିନିଟ ପର୍ଯ୍ୟନ୍ତ ଆଖି ବନ୍ଦ କରି ରିଲାକ୍ସ କରନ୍ତୁ । ତାପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଦହି ଓ ମହୁ-
ଦହି ଶୁଷ୍ମ ତ୍ୱଚା ପାଇଁ ମଶ୍ଚରାଇଜର ଓ ପ୍ରାକୃତିକ ବ୍ଲିଚର କାମ କରିଥାଏ । ମହୁ ମଧ୍ୟ ନିସ୍ତେଜ ତ୍ୱଚାରେ ନୂଆ ଜୀବନ ଆଣିଥାଏ ଓ ଅସମୟରେ ପଡୁଥିବା ଝୁରିୟା ଦୂର କରିଥାଏ ।
କେମିତି ବ୍ୟବହାର କରିବେ-
ଦୁଇ ଚାମଚ ଦହିରେ ଏକ ଚାମଚ ମହୁ ମିଶାଇ ମୁହଁରେ ଭଲ ଭାବରେ ଲଗାନ୍ତୁ । ସୁଖି ଯିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।

ବେସନ-କେସର ଓ ମଲାଇ-
ମଲାଇ ତ୍ୱଚାର ଶୁଷ୍ମତାକୁ ଦୂର କରି ସ୍ୱଭାବିକ କୋମଲତା ପ୍ରଦାନ କରିଥାଏ । ବେସନ ଦାଗ ଦୂର କରିଥାଏ । କେସର ଗୋରାପଣ ଆଣିବାରେ ସାହାର୍ଯ୍ୟ କରିଥାଏ ।
କେମିତି ବ୍ୟବହାର କରିବେ-
ଗୋଟଏ ଚାମଚ ବେସନ, ଏକ ଚାମଚ ମଲାଇ, ଦୁଇ-ତିନି କେସର ଓ ଏକ ଚାମଚ ଗୋଳାପଜଳକୁ ଏକା ସାଙ୍ଗରେ ମିଶାନ୍ତୁ ଓ ମୁହଁରେ ଲଗାଇ ସୁଖିବା ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଧୀରେ ଧୀରେ ପାଣି ହାତରେ ସଫା କରନ୍ତୁ ଓ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ବାଦାମ ଓ ଗୋଳାପଜଳ-
ବାଦାମରେ ରହିଥିବା ଭିଟାମିନ ଇ ତ୍ୱଚାକୁ ପୋଷଣ ଦେଇଥାଏ ଓ ତାକୁ ସ୍ୱଭାବିକ ଭାବରେ କୋମଳ କରିଥାଏ । ଗୋଳାପ ଜଳରେ ସତେଜ ଅନୁଭବ ହୋଇଥାଏ ।
କେମତି କରିବେ ବ୍ୟବହାର-
ଆଠ-ଦଶ ବାଦାମକୁ ରାତି ସାରା ପାଣିରେ ବୁଡାଇ ରଖନ୍ତୁ ଓ ସକାଳୁ ତାର ପେଷ୍ଟ ତିଆରି କରନ୍ତୁ । ତାପରେ ସେଥିରେ ଗୋଳାପଜଳ ଦୁଇ-ଚାରି ବୁନ୍ଦା ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହି ପେକ ଶୁଷ୍ମ ତ୍ୱଚାରେ ଶୀଘ୍ର ପ୍ରଭାବ ପକାଇଥାଏ ।

Leave A Reply

Your email address will not be published.