ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି

0 3,984

ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ସ୍ପର୍ଶ କରିଛି । ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

ତେବେ ୬ଟି ଜିଲ୍ଲାକୁ ମୌସୁମୀ ସ୍ପର୍ଶ କରିନଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଗ ଅନୁକୂଳ ଥିବାରୁ ଦୁଇ ଦିନ ମଧ୍ୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ମଧ୍ୟ ମୌସୁମୀ ପ୍ରବେଶ କରିବ ଏବଂ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.