କାରିଗିଲ୍‌ରେ ପାକିସ୍ତାନ ସୈନ୍ୟଙ୍କ ଅନୁପ୍ରବେଶ ବିଷୟରେ ସୂଚନା ଦେଇଥିଲେ ଗୋପାଳକ

0 2,377

କାରଗିଲ୍‌ ଯୁଦ୍ଧ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । କାରଗିଲ୍‌ ସହ ଟାଇଗର ହିଲ୍‌ ଓ କାଶ୍ମୀରର ଅନ୍ୟକେତକ ସ୍ଥାନରେ ପାକିସ୍ତାର ସୈନ୍ୟମାନେ ଅନୁପ୍ରବେଶ କରିବା ସହ ବଙ୍କର ତିଆରି କରିଥିଲେ । ଶୀତ ଦିନର ତୁଷାରପାତ ସମୟରେ ସେମାନେ ସେହି ସ୍ଥାନରେ ଅନୁପ୍ରବେଶ କରିଥିଲେ ।
ପାକିସ୍ତାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରୁଥିବା ବେଳେ ପିଠିରେ ଛୁରି ଭୂଷିବା ପାଇଁ ପାକିସ୍ତାନ ସେନା ଉଦ୍ୟମ ଚଳାଇଥିଲା ।
କାଶ୍ମୀର ଲୋକଙ୍କ ବଶରେ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିଥିଲା । ନାମଗ୍ୟଲ ନାମକ ମେଷ ପାଳକ ପ୍ରଥମେ ଏମାନଙ୍କୁ ଦେଖି ସନ୍ଦେହ କରିଥିଲେ । କାରଗିଲ୍‌ଠାରୁ ୬୦ କିଲୋମିଟର ଦୂର ଏକ ଗାଁରେ ସେ ବସ ବାସ କରନ୍ତି ।

ଏକ ହଜି ଯାଇଥିବା ଚମରି ଗାଈକୁ ଖୋଜିବାକୁ ଯାଇଥିବା ବେଳେ ପାକିସ୍ତାନ ସୈନ୍ୟ ପଠାନ୍‌ ପୋଷାକରେ ବଙ୍କର ଖୋଳୁଛନ୍ତି । ସେ ଏକ ଦୂରବୀକ୍ଷଣ ଯନ୍ତ୍ର ସହାଯ୍ୟରେ ଗାଈକୁ ଖୋଜୁଥିଲେ । ପାକିସ୍ତାନସୈନ୍ୟଙ୍କୁ ଦେଖିବା ପରେ ସେ ଆସି ଭାରତୀୟ ସେନା ପୋଷ୍ଟରେ ଏ ବିଷୟରେ ସୂଚନା ଦେଇଥିଲେ ।

ସେନା ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା । ସୂଚନା ପୂରାଠିକ୍‌ ଥିବା ଜଣାପଡିଥିଲା । ଭାରର ସେନା ବୀରତ୍ୱର ସହ ପାକିସ୍ତାନ ସେନାକୁ କଡା ଜବାବ ଦେଇଥିଲା । ନାମଗ୍ୟାଲଙ୍କ ସୂଚନା ଯୋଗୁଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହୋଇ ପାରିଥିଲା । ଜୟ ହିନ୍ଦ

ମସିହା ଜୁଲାଇ ୨୬ରେ ସରିଥିଲା ଏହି ଯୁଦ୍ଧ। ଭାରତ ପକ୍ଷରୁ ଏହି ଅପରେସନ୍‌ର ନାଁ ରଖାଯାଇଥିଲା ‘ଅପରେସନ୍‌ ବିଜୟ’।

Leave A Reply

Your email address will not be published.