ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ ସ୍ଥାନ ଉତ୍ତର ଭାରତର ନନ୍ଦନକାନନ

0 301

ଭରତର ସୁନ୍ଦର, ସ୍ୱଚ୍ଛ ଓ ଶାନ୍ତ ସହର ଚଣ୍ଡିଗଡ ଠାରୁ କେବଳ ୨୧ କିଲୋମିଟର ଦୂରରେ ଥିବା ଅଂବାଲା-ଶିମଳା ରାସ୍ତାରେ କାଲକା ଓ ଚଣ୍ଡିଗଡ ମଧ୍ୟରେ ରହିଛି ପିଂଜୋର ଗାର୍ଡେନ । ଭାରତର ଅନ୍ୟତମ ଏହି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନର ସୁନ୍ଦରତା ସଂପର୍କରେ ବର୍ଣ୍ଣନା ବର୍ଣ୍ଣନା କରିବା ଆବଶକ୍ୟ ନୁହେଁ । ଏହି ସୁନ୍ଦର ଗାର୍ଡେନକୁ ଉତ୍ତରର ନନ୍ଦନକାନନ କହିଲେ, କୌଣସି ଅତ୍ୟୁକ୍ତି ହେବ ନାହିଁ । ଧାର୍ମିକ ଓ ଏøତିହାସିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ପିଂଜୋର ଘଙ୍ଗର ନଦୀର ଉପନଦୀ କୌଶଲ୍ୟା ଓ ଝଜ୍ଜର ନଦୀର ସଙ୍ଗମ ସ୍ଥଳରେ ରହିଛି ।

ରାଜା ବିରାଟଙ୍କ ନଗରୀ

ପଂଜୋର ରାଜା ବିରାଟଙ୍କ ରାଜ୍ୟ ଥିଲା ଓ ଆଗରୁ ଏହାର ନାମ ପଂଚପୁର ଥିଲା । ଯାହା ପରେ ପଂଜୋର ନାମରେ ପରିବର୍ତ୍ତନ ହୋଇଥିଲା । ରାଜା ବିରାଟ ପ୍ରଜାବତ୍ସଳ, ଧର୍ମାତ୍ମା ଓ ଦୟାଳୁ ପ୍ରକୃତିର ଶାସକ ଥିଲେ । ପ୍ରଚୀନ ହିନ୍ଦୁ ମନ୍ଦିର, ଜଳକୁଣ୍ଡଗୁଡିକର ଚିହ୍ନ ଓ ମାଟି ତଳୁ ବାହାରି ଥିବା ଦେବୀ- ଦେବତା ମାନଙ୍କର ମୂର୍ତ୍ତି ଗୁଡିକରୁ ଜଣାପଡେ ଏହା ଏକ ପବିତ୍ର ଓ ଦର୍ଶନୀୟ ଧର୍ମସ୍ଥଳ ହୋଇଥିବ ।

ଐତିହାସିକ ଦୃଷ୍ଟିକୋଣରୁ ପଂଜୋରର ସଂର୍ପକ ଆର୍ଯ୍ୟମାନଙ୍କ ସମୟରୁ ରହିଛି । ଯେବେ ଏହି ଗ୍ରାମରେ ଭୀମା ଦେବୀ ମନ୍ଦିରର ନିର୍ମାଣ ହୋଇଥିଲା, ଏହା ପାଣ୍ଡବମାନଙ୍କର ବନବାସର ସମୟ ଥିଲା । ଏøତିହାସିକ ମାନେ କହିଛନ୍ତି ଯେ, ସେତେବେଳେ ଏହି ଜାଗାକୁ ପଂଚପୁରା କୁହାଯାଉଥିଲା । ପିଂଜୋରର ଦ୍ରୌପଦୀ କୁଣ୍ଡ ମଧ୍ୟ ବହୁତ ପ୍ରସିଦ୍ଧ ଅଟେ । କୁହାଯାଏ ଯେ ଦ୍ରୌପଦୀ ଏହି କୁଣ୍ଡରେ ସ୍ନାନ କରୁଥିଲେ । ତ୍ରୟୋଦଶ ଶତାବ୍ଦୀର ମଧ୍ୟରେ ପିଂଜୋର ସିରମୋରର ରାଜାର ଅଧୀନରେ ଥିଲା । ଶମସୁଦ୍ଦିନ ଏହି ସ୍ଥାନର ସୌନ୍ଦର୍ଯ୍ୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ସିରମୌରର ରାଜା ରାଠୁ ଏହି କ୍ଷେତ୍ରକୁ ନେଇଯାଇଥିଲେ । ପରେ ଏହା ରାଜା ରତନସେନ ପାଖକୁ ଚାଲିଗଲା । କିନ୍ତୁ ୧୩୯୯ ଜାନୁୟାରୀ ରେ ତୌମୁର ଦିଲ୍ଲୀ ଫେରୁଥଲେ, ସେ ରାଜା ରତନସେନଙ୍କ ଠାରୁ ଏହି ସ୍ଥାନ ନେଇଯାଇ ସେଠାରୁ ବହୁତ ଲୁଟି ନେଇଥିଲେ । ଏହି ପ୍ରକାର ପିଂଜୋର ଓ ଆଖ ପାଖର ଅଂଚଳ ବହୁତ ବର୍ଷ ପର୍ଯ୍ୟନ୍ତ ହାର-ଜିତ ତଥା ଲୁଟ-ପାଟର ଅଂଚଳ ହୋଇରହିଥିଲା ।

Leave A Reply

Your email address will not be published.