୨୭ରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

0 525

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଚଳିତ ବିଧାନସଭାରେ ବିଜୁ ଜନତା ଦଳ ପୁଣି ଥରେ ଐତିହାସିକ ବିଜୟ ହାସଲ କରିଛି । ବିଜେଡି କ୍ରମାଗତ ଭାବେ ୫ମ ଥର ବିଜୟୀ ହୋଇଛି । ଫଳରେ ଦଳୀୟ ସୁପ୍ରିମୋ ନବୀନ ଚଳିତ ମାସ ୨୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହ ପାଇଁ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନବୀନଙ୍କ ସହିତ ତାଙ୍କର ମନ୍ତ୍ରିମଣ୍ଡଳ ଗୋପନୀୟତାର ସହିତ ରାଜ୍ୟପାଳଙ୍କ ଠାରୁ ଶପଥ ଗ୍ରହଣ କରିବେ ।
ଚଳିତ ବିଧାନସଭା ନିର୍ବାଚନରେ ବିଜେଡ଼ି ୧୧୨ଟି ଆସନରେ ବିଜୟ ହାସଲ କରିଛି, ଯାହାକି ପୂର୍ବର ରେକର୍ଡକୁ ଅତିକ୍ରମ କରିଛି ବୋଲି କୁହାଯାଉଛି । ଲୋକସଭା ନିର୍ବାଚନରେ ବିଜେଡି ଯେଭଳି ପ୍ରଦର୍ଶନ କରିବ ବୋଲି ଆଶା କରିଥିଲା, ତାହା ହୋଇପାରି ନାହିଁ । ଓଡ଼ିଶାରେ ଲୋକସଭା ନର୍ବାଚନରେ ବିଜେଡିକୁ ୧୩ଟି ଆସନ ମିଳିଛି ।

Leave A Reply

Your email address will not be published.