ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ ନାହିଁ

କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ

0 1,310

ଭୁବନେଶ୍ୱର – ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ
ନାହିଁ । କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ ବୋଲି ସରକାରୀଭାବେ କୁହାଯାଇଛି । ଗାଡିଚାଳକମାନେ ଗାଡିର କାଗଜପତ୍ର ସାଙ୍ଗରେ ନ ନେଇ ଡିଜି ଲକ୍‍ର
ଓ ଏମ୍‍ ପରିବହନ ଆପ୍‍ରେ ସେହିସବୁ କାଗଜପତ୍ର ଫଟୋ ଦେଖାଇପାରିବେ ।

ଏ ନେଇ ସବୁ ଜିଲ୍ଲାର ଏସ୍‍.ପି.ମାନଙ୍କୁ ପରିବହନ କମିଶନରଙ୍କ ପକ୍ଷରୁ ଚିଠି କରାଯାଇଛି । ସୂଚନାଯୋଗ୍ୟ, ଦେଶରେ ନୂତନ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ସରକାର ତାହାକୁ କଡାକଡି ଭାବେ ପାଳନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଡି ଚାଳକଙ୍କ ସୁବିଧା ଲାଗି ଅନେକ ପଦକ୍ଷେପମାନ ଗ୍ରହଣ କରି ଏବେ ଏମ୍‍ ପରିବହନ ଆପ୍‍ ଖୋଲିଛନ୍ତି ।

Leave A Reply

Your email address will not be published.