ରେକର୍ଡ: ୧୩ ଘଣ୍ଟା ୨୦ ମିନିଟରେ ୫୩ ମେଦବହୁଳ ରୋଗୀଙ୍କ ଅପରେଶନ

0 53

ଇନ୍ଦୋର: ଡାକ୍ତରୀ ବିଶେଷଜ୍ଞ ଦଳ ମଧ୍ୟପ୍ରଦେଶର ଇନ୍ଦୋରରେ ୧୩ ଘଣ୍ଟା ୨୦ ମିନିଟରେ ୫୩ ଜଣଙ୍କର ମେଦବହୁଳ ହ୍ରାସ କରିବା ପାଇଁ ସର୍ଜରୀ କରିଛନ୍ତି । ଏଥିରେ ୧୮୨ କିଲୋ ଓଜନର ରୋଗୀ ମଧ୍ୟ ସାମିଲ ଥିଲେ । ଏହାକୁ ୱାଲ୍ଡ ବୁକ ଅଫ ରେକଡର୍ସ ଲଣ୍ଡନ କୀର୍ତ୍ତିମାନ ଭାବେ ମାନ୍ୟତା ଦେଇ ସର୍ଜନଙ୍କ ନାମରେ ପ୍ରମାଣପତ୍ର ଜାରି କରିଛି । ସର୍ଜନ ମୋହିତ ଭଣ୍ଡାରୀ ଗୁରୁବାର କହିଛନ୍ତି, ତାଙ୍କର ନେତୃତ୍ୱରେ ୧୧ ଜଣିଆ ଟିମ ମେ’ ମାସ ୧ ତାରିଖ ସକାଳୁ ଅପରେଶନ ଆରମ୍ଭ କରିଥିଲେ । ଅପରେଶନ ଅଭିଯାନ ସନ୍ଧ୍ୟା ୭ଟା ୨୦ରେ ଶେଷ ହୋଇଥିଲା । ଏହି ସମୟ ମଧ୍ୟରେ ୩୫ ଜଣ ମହିଳା ସମେତ ୫୩ ଜଣଙ୍କର ଅପରେଶନ କରାଯାଇଥିଲା । ୨୩ ରୁ ୬୮ ବର୍ଷ ମଧ୍ୟରେ ସମସ୍ତ ରୋଗୀ ଥିବା ବେଳେ ଜଣେ ବାଂଲାଦେଶୀ ଏବଂ ଜଣେ କେନିଆ ନିବାସୀ ମଧ୍ୟ ସାମିଲ ଥିଲେ । ସମସ୍ତ ରୋଗୀଙ୍କର ଓଜନ ୧୦୦ ରୁ ୧୮୨ କିଲୋ ମଧ୍ୟରେ ଥିଲା ।

Leave A Reply

Your email address will not be published.