କଶ୍ମୀର ହିନ୍ଦୁ ବହୁଳ ହୋଇଥିଲେ, ଧାରା ୩୭୦ ଉଚ୍ଛେଦ କରି ନ ଥାନ୍ତା ବିଜେପି : ଚିଦାମ୍ବରମ

0 712

ଚେନ୍ନାଇ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସେ କଶ୍ମୀରକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଚିଦାମ୍ବରମ କହିଛନ୍ତି, ଜମ୍ମୁ କଶ୍ମୀରରେ ଅଧିକାଂଶ ମୁସଲିମ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ଏଥି ପାଇଁ କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି ।

ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚିଦାମ୍ବରମ କହିଛନ୍ତି । ଯଦି ଜମ୍ମୁ କଶ୍ମୀର ହିନ୍ଦୁ ବହୁଳ ରାଜ୍ୟ ହୋଇଥାନ୍ତା, ତା’ହେଲେ ସେଠାରୁ ବିଜେପି ସ୍ୱତନ୍ତ୍ର ରାଜ୍ୟ ଅଧିକାର ଛଡାଇ ଆଣି ନଥାନ୍ତା । ମାତ୍ର କଶ୍ମୀର ମୁସଲିମ ବହୁଳ, ଏଥି ପାଇଁ ଧାରା ୩୭୦ ଉଚ୍ଛେଦ ହୋଇଛି ।

କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଶେଷ କରି ଦେଇଛି । ସରକାର ଲୋକସଭା ଏବଂ ରାଜ୍ୟସଭାର ଉଭୟ ଗୃହରେ ଏହି ବିଲକୁ ପାସ କରିଛନ୍ତି ଏବଂ ଜମ୍ମୁ କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଛନ୍ତି ।

Leave A Reply

Your email address will not be published.