କରୋନା ପରବର୍ତ୍ତୀ ଥଇଥାନ ପାଇଁ କଟକ ଜିଲ୍ଲାରେ ପଞ୍ଚଜନ୍ୟ ଯୋଜନା ଆରମ୍ଭ କରାଯିବ

0 5,281

କଟକ -ପଞ୍ଚଜନ୍ୟ ଯୋଜନା କରୋନା ପରବର୍ତ୍ତୀ ଥଇଥାନ ପାଇଁ କଟକ ଜିଲ୍ଲାରେ ପଞ୍ଚଜନ୍ୟ ଯୋଜନା ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ପ୍ରତି ବ୍ଲକ ଓ ସହରାଞ୍ଚଳରୁ ଅଗ୍ରାଧିକାର ଭିତ୍ତିରେ ୫ଟି ଲେଖାଏଁ ପ୍ରକଳ୍ପ ଚିହ୍ନଟ କରାଯାଇ ମୋଟ୍‍ ୧୦୦ଟି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ତେବେ କେଉଁସବୁ ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯିବ ସେନେଇ ଜିଲ୍ଲାର ବିଧାୟକ ଓ ସାଂସଦମାନଙ୍କ ଠାରୁ ମତାମତ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

କରୋନା ସଂକ୍ରମଣ କାରଣରୁ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ଏହି ଯୋଜନା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକରେ ସେମାନଙ୍କୁ ସାମିଲ କରାଯାଇ କାର୍ଯ୍ୟଦିବସ ସୃଷ୍ଟି କରାଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.