ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ

0 697

ଭୁବନେଶ୍ୱର – ଏଣିକି ଅଫିସ କିମ୍ବା ବିଭିନ୍ନ ମିଟିଂରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନାହିଁ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ଅଫିସରେ ସିଙ୍ଗଲ ୟୁଜ୍‍ ପ୍ଲାଷ୍ଟିକ୍‍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି । ଏମିତିକି ଅଫିସମାନଙ୍କରେ ପ୍ଲାଷ୍ଟିକ ପାଣି ବୋତଲ, କପ୍‍, ପ୍ଲେଟ ବ୍ୟବହାର ନ କରିବାକୁ କୁହାଯାଇଛି । ଏହା ସହ ବିଭିନ୍ନ ମିଟିଂରେ ମଧ୍ୟ ପ୍ଲାଷ୍ଟିକ୍‍ କପ୍‍, ପ୍ଲେଟ୍‍, ବୋତଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି । କେବଳ ସେତିକି ନୁହେଁ, ଅଫିସ୍‍ ଏବଂ ମିଟିଂରେ ପ୍ଲାଷ୍ଟିକ୍‍ ଫାଇଲ୍‍, ବ୍ୟାନର, ପୋଷ୍ଟର ମଧ୍ୟ ନ ଲଗାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Leave A Reply

Your email address will not be published.