ରଜ ପାନର ବିଶେଷ୍ୱତ

0 3,408

ରଜରେ ପାନର ମଜା ଅଲଗା । ଦୋଳି ଖେଳ ସାଙ୍ଗକୁ ଲୋକମାନା ପିଠାପଣା ଖାଇ ଥାଆନ୍ତି । ତାସ, ଲୁଡୁ ସାଙ୍ଗକୁ ଅନ୍ୟ ଖେଳ ବେଶ୍‌ ଜମିଥାଏ । ପିଠାପଣା ସହ ଅନ୍ୟ ଖାଇବା ଖାଇବା ପରେ ଏହାର ମଜାକୁ ଦୁଇ ଗୁଣ କରିଥାଏ ରଜ ପାନ । ଏବେତ ରଜରେ ସବୁ ପାନ ଦୋକନାରେ ବିଶେଷପାନ ମିଳୁଛି । ହେଲେ ଆଗରୁ ଘରେ ଘରେ ବିଭିନ୍ନ ବାସ୍ନା ଜିନିଷ ପକାଇ ପାନ ଭଙ୍ଗା ଯାଉଥିଲା । ବଡ ଆକାର ପାନରେ ଲବଙ୍ଗ ଦେଇ ପ୍ରସ୍ତୁତ କରାଯାଉଥିଲା । ଚୂନ ଗୁଆ ଖଇର ସହ ଗୁଜୁରାତି ଲବଙ୍ଗ, ଭଜା ଧନିଆ ପାନମଧୁରୀ ସହ କେଶର ପିପିରମେଣ୍ଟ ପକାଇ ପାନ କରାଯାଇଥାଏ ।
ଖଇର ପଡି ପାନ ଖାଇଲେ ପାଟି ବେଶ୍‌ ଲାଲା ଦେଖାଯାଏ । ପାନ ପିକ ବି ଧାକ ଧାର ଲୋକଙ୍କ ପାଟିରୁ ବହି ଯାଏ । ଏବେ ବି ସେହି ପରମ୍ପରା ବଜାୟ ରହିଛି । ରଜ ପାନ ଏବେବି ତାହାର ଆଦର ବଜାୟ ରଖିଛି ।

Leave A Reply

Your email address will not be published.