ଭଲ ପାଇବାର ସାକ୍ଷୀ ପବିତ୍ର ‘ରାକ୍ଷୀ’

0 323

ପର୍ବ ଏହା ସ୍ନେହ ଓ ଶ୍ରଦ୍ଧାର। ଏହି ପବିତ୍ର ପର୍ବଟିକୁ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଭାଇ, ଭଉଣୀର ସ୍ନେହ ଏହି ପର୍ବ। ଯାହାକୁ କୁହାଯାଏ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ, ମୁଣ୍ଡରେ ଲାଲ ରଙ୍ଗର ଟିକା ଲଗାଇଥାଏ ଓ ମିଠା ଖୁଆଇଥାଏ।ଭାଇଟି ମଧ୍ୟ ଉପଯୁକ୍ତ ଉପହାର ଦେଇ ସାରା ଜୀବନ ନିଜ ଭଉଣୀର ରକ୍ଷା କରିଥାଏ। ଭଉଣୀଟିଏ ନିଜ ଭାଇର ଦୀର୍ଘାୟୁର କାମନା କରିଥାଏ। ଏହା ଆମ ଦେଶର ଏକ ମୁଖ୍ୟ ପର୍ବ ଅଟେ। ସମସ୍ତ ହିନ୍ଦୁ ମାନେ ଏହାକୁ ଖୁବ ଆଡ଼ମ୍ବର ସହ ପାଳନ କରିଥାଆନ୍ତି। ଭାଇ-ଭଉଣୀ ପବିତ୍ର ସଂପର୍କର ଏହା ପ୍ରତୀକ ଅଟେ ତେଣୁ ଏହି ପର୍ବର ସ୍ୱତନ୍ତ୍ରତା ଏହି ପର୍ବ ନିଜେ ଅଟେ। ଏହି ଦିନ ଘରେ ବହୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହି ପର୍ବ ସ୍ନେହ, ପ୍ରେମ, ପବିତ୍ରତା,ସମ୍ମାନ ଆଦିର ସନ୍ଦେଶ ଦେଇଥାଏ। ଏହି ରାକ୍ଷୀରେ ଭଉଣୀର ଭଲ ପାଇବା ,ମଙ୍ଗଳକାମନା ଜଡ଼ିତ ହୋଇଥାଏ ଯାହା ଏହି ସଂପର୍କକୁ ସୁଦୃଢ କରି ଦେଇଥାଏ।

Leave A Reply

Your email address will not be published.