ଏମିତି ସ୍ତ୍ରୀ ଦୁନିଆରେ ବହୁତ କମ, ପତି-ପ୍ରେମିକାଙ୍କ ବିବାହ ପାଇଁ ରାଜି ହେଲେ ମହିଳା

0 1,300

ରାୟପୁର: ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଯଦି ଆଉ ଜଣେ ଆସିଯାଏ ତା’ହେଲେ ଦଂପତିଙ୍କ ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ଛତିଶଗଡର ଯଶପୁର ଅଂଚଳାରେ ସ୍ତ୍ରୀ ନିଜର ସ୍ୱାମୀକୁ ତା’ର ପ୍ରେମିକା ସହିତ ବିବାହ କରାଇଦେଇଛି ।
ବଗଡେଲ ନିବାସୀ ଅନିଲ ପେଂକରା ସିଆରପିଏଫ ଜବାନ ଅଟନ୍ତି । ସେ ବର୍ତ୍ତମାନ ବାରାଣସୀରେ ମୁତୟନ ଅଛନ୍ତି । ଚାରି ବର୍ଷ ଆଗରୁ ଅନିଲଙ୍କ ବିବାହ ସାମାଜିକ ରୀତିନିତୀରେ ପାଖ ଗାଁରେ ହୋଇଥିଲା । ଏହା ପରେ ଗାଁରେ ଅଙ୍ଗନବାଡି କାର୍ଯ୍ୟ କରୁଥିବା ଜଣେ ମହିଳା ସହିତ ତାଙ୍କ ପ୍ରେମ ହୋଇଗଲା । ଅନିଲ ଯେବେ ବି ଗାଁକୁ ଆସୁଥିଲେ ତାଙ୍କ ସ୍ତ୍ରୀଙ୍କ ସହିତ କମ ସମୟ ଅତିବାହିତ କରୁଥିଲେ ଓ ପ୍ରେମିକା ସହିତ ବେଶି ସମୟ ବିତାଉଥିଲେ । ଏହା ଜାଣି ତାଙ୍କ ସ୍ତ୍ରୀ ଏପରି ସଂପର୍କ ଠିକ ନୁହେଁ କହିଥିଲେ । ସ୍ତ୍ରୀଙ୍କ ଇଚ୍ଛା ପରେ ପରିବାର ଓ ସମାଜ ବୈଠକ ହେଲା । ସାମାଜିକ ବୈଠକରେ ଅନିଲଙ୍କ ସ୍ତ୍ରୀ କୌଣସି ଆପତ୍ତି ଜଣାଇନଥିଲେ । ଏହାପରେ ଗୋଟିଏ ମଣ୍ଡପରେ ଗୋଟିଏ ବର ଓ ଦୁଇଟି କନ୍ୟା ଦେଖିବାକୁ ମିଲିଥିଲା । ଆଇନ ଅନୁସାରେ ଏହି ବିବାହ ହୋଇନଥିଲେ ମଧ୍ୟ ଏହାକୁ ନେଇ ସାରା ଜିଳ୍ଲାରେ ଚର୍ଚ୍ଚା ହେଉଛି ।
ଗାଁର ସରପଂଚ କୁହନ୍ତି ପ୍ରଥମ ସ୍ତ୍ରୀଙ୍କୁ ଛୁଆ ହେଉନଥିଲା । ଏହା ମଧ୍ୟ ଦ୍ୱିତୀୟ ବିବାହର କାରଣ ହୋଇଥିଲା । ପରିବାର ଲୋକେ ଏଥିପାଇଁ ମଧ୍ୟ ଦ୍ୱିତିୟ ବିବାହ ଲାଗି ରାଜି ହୋଇଥିଲେ । ଗତ ବର୍ଷ ଅନିଲଙ୍କ ସାନ ଭାଇର ବିବାହ ଥିଲା । ହେଲେ ଭାଇର ବରଯାତ୍ରୀ ଯିବା ଦିନ ରଶି ଲଗାଇ ଆମହତ୍ୟା କରିଥିଲେ । ଏପରି ପରିସ୍ଥିତିରେ ଅନିଲ ପରିବାରର ଗୋଟିଏ ପୁଅ । ଅନିଲଙ୍କ ପ୍ରଥମ ସ୍ତ୍ରୀଙ୍କୁ ସନ୍ତାନ ହେଉନଥିଲା । ଏଥିପାଇଁ ପରିବାର ଲୋକେ ମଧ୍ୟ ଅନିଲର ଦ୍ୱିତିୟ ବିବାହ କରିବା ପାଇଁ ଚାହୁଁଥିଲେ ।
ହିନ୍ଦୁ ବିବାହ ପ୍ରଥା ଅନୁସାରେ ଏହି ବିବାହ ଆଇନ ସମ୍ମତ ନୁହେଁ । ତଥାପି ମଧ୍ୟ ଏହି ବିବାହ ଧୁମଧାମରେ ହୋଇଥିଲା । ହିନ୍ଦୁ ବିବାହ ଆଇନ ଅନୁସାରେ କୌଣସି ବ୍ୟକ୍ତି ପ୍ରଥମ ସ୍ତ୍ରୀ ଥିଲେ ଦ୍ୱତୀୟ ବିବାହ କରିପାରିବେ ନାହିଁ । ଏଥିପାଇଁ ତାଙ୍କୁ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ହୋଇଥାଏ ।

Leave A Reply

Your email address will not be published.