ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ

0 560

 

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଘନାଦ ପାଚେରୀକୁ ଲାଗିଥିବା ଏବଂ ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ବିଭିନ୍ନ ସାହିର ପ୍ରବେଶପଥକୁ ବ୍ୟାରିକେଡ୍‍ ନିର୍ମାଣ କରାଯାଇ ବନ୍ଦ କରାଯାଇଛି ।

ପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୧୦ଟାରୁ ଶନିବାର ଦିନ ଦୁଇଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ଶନିବାର ଠାରୁ ଠାକୁରଙ୍କ ୧୪ ଦିନିଆ ଅଣସର ନୀତି ଆରମ୍ଭ ହେବ । ଅନ୍ୟ ପକ୍ଷରେ ଅଣସର ନୀତି ଅବସରରେ ଶ୍ରୀ ଅଲାରନାଥ ଦେବଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ଚାରିପଟେ ବ୍ୟାରିକେଡ୍‍ ନିର୍ମାଣ କରାଯାଉଛି । ପରିଚୟପତ୍ର ପାଇଥିବା ସେବାୟତମାନେ ମନ୍ଦିର ଭିତରକୁ ଯାଇ ଠାକୁରଙ୍କର ନୀତିକାନ୍ତି କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.