ଜମ୍ମୁ କଶ୍ମୀର: ଘରେ ପ୍ରବେଶ କରି ଛୋଟ ଝିଅକୁ ଗୁଳିକଲେ ଆତଙ୍କବାଦୀ

0 1,457

ନୂଆଦିଲ୍ଲୀ: ଜାମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଇଦ ପାଳନ କରୁଥିବା ବେଳେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ବୁଧବାର ସକାଳୁ ପୁଲୱାମାର ନରବଳ ଗାଁର ଗୋଟିଏ ଘରରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ । ଘରେ ପଶିଥିବା ଆତଙ୍କବାଦୀମାନେ ଲୋକମାନଙ୍କୁ ଗୁଳକରିଥିଲେ । ଘଟଣାସ୍ଥଳରେ ହିଁ ଜଣେ ଝିଅର ମୃତ୍ୟୁ ହୋଇଛି । ଆତଙ୍କବାଦୀଙ୍କ ଗୁଳି ବର୍ଷାରେ ଗୋଳିବାରି ଗାଁର ଅନ୍ୟ ଜଣେ ନାଗରିକ ମଧ୍ୟ ଗୁଳିର ଶିକାର ହୋଇଛନ୍ତି । ଯାହାକୁ ଚିକିତ୍ସା ପାଇଁ ପୁଲୱାମାର ଏକ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଅଛି ।

ସୁଚନା ଅନୁସାରେ, ନରବଳ ଗାଁର ଏହି ଘରେ ଇଦ ପାଳନ ଚାଲିଥିବା ବେଳେ ଆତଙ୍କବାଦୀମାନେ ଅଚାନକ ପ୍ରବେଶ କରିଥିଲେ । କେହି କିଛି ବୁଝିବା ଅଗରୁ ଆତଙ୍କବାଦୀ ମାନେ ଗୁଳିର ବର୍ଷା ଆରମ୍ଭ କରିଦେଇଥିଲେ । ଆତଙ୍କବାଦୀଙ୍କ ବନ୍ଧୁକରୁ ବାହାରିଥିବା ଗୁଳିରେ ନଗିନା ବାନୋ ନାମକ ଜଣେ ଝିଅର ମୃତ୍ୟୁ ହୋଇଛି । ଗାଁରେ ଡରାଇବା ପାଇଁ ଆତଙ୍କବାଦୀ ମାନେ ଗୁଳି ଫୁଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଗାଁର ଅନ୍ୟ ଜଣେ ଯୁବକ ମଧ୍ୟ ଅତଙ୍କବାଦୀ ମାନଙ୍କର ଶିକାର ହୋଇଛନ୍ତି । ଏହି ବ୍ୟକ୍ତିର ପରିଚୟ ମୋହମ୍ମଦ ଜଲାଉଦ୍ଦୀନ ବୋଲି ଜଣା ପଡିଛି ।

Leave A Reply

Your email address will not be published.