ଏଣିକି ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ

0 610

ଭୁବନେଶ୍ୱର – ଏଣିକି ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ। ଯେଉଁ ରାଜ୍ୟରୁ ଆସୁଛନ୍ତି ସେମାନେ ସେଠାରୁ ଏକ ପାସ୍ ଆଣି ଆସିବେ। ପାଖରେ ଉକ୍ତ ରାଜ୍ୟର ପାସ୍ ନ ଥିଲେ ଓଡିଶା ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ଆଜି ଭୁବନେଶ୍ୱରରେ କୋଭିଡ୍‍-୧୯ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପାସ୍ ନ ଥିଲେ ରାଜ୍ୟର ବିଭିନ୍ନ ସୀମାରେ ଥିବା ଚେକ୍ ପୋଷ୍ଟରେ ପ୍ରବାସୀ ଓଡିଆଙ୍କୁ ଛଡାଯିବନି।

ଚେକପୋଷ୍ଟରେ ସବିଶେଷ ତଥ୍ୟ ଯାଂଚ କରାଯିବ। ଓଡିଶା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ନିଜ ଗାଡି ଏବଂ ଆସୁଥିବା ଯାତ୍ରୀଙ୍କ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ବାହାର ରାଜ୍ୟରୁ ଓଡ଼ିଶାକୁ ଇତିମଧ୍ୟରେ ଆସିଥିବା ପ୍ରବାସୀ ଶ୍ରମିକମାନେ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ବିଭିନ୍ନ ଆପତ୍ତିଜନକ କାର୍ଯ୍ୟକଳାପ କରିବା ସହ ପ୍ରଶାସନକୁ ସହଯୋଗ କରୁ ନ ଥିବା ନେଇ ଖବର ପ୍ରସାର ପରେ ରାଜ୍ୟ ସରକାରଙ୍କ କୋଭିଡ୍‍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍‍ ବାଗ୍‍ଚୀ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଅମାନିଆ ହେଉଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ ।

Leave A Reply

Your email address will not be published.