ଭୁବନେଶ୍ୱର ୩୦.୦୩- ରାଜ୍ୟରେ କରୋନା ସଂକ୍ରମଣଜନିତ ପଜିଟିଭ୍ ସଂଖ୍ୟା ପୂର୍ବଭଳି ୩ରେ ସୀମିତ ଅଛି ବୋଲି କୋଭିଡ଼୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରର ତୃତୀୟ କରୋନା ଆକ୍ରାନ୍ତ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ନିଯୁକ୍ତ ସର୍ଭେଲାନ୍ସ ଟିମ୍ ଠାବ କରିବାରେ ଲାଗିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣ ଲୋକଙ୍କୁ ଠାବ କରାଯାଇପାରି ନାହିଁ । ଅନ୍ୟପକ୍ଷରେ ରାଜ୍ୟରେ ପୂର୍ବରୁ ଚିହ୍ନିତ ୨ଜଣ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ତୃତୀୟ କରୋନା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା କରିଥିବା ଭୁବନେଶ୍ୱରସ୍ଥିତ କର କ୍ଲିନିକ୍କୁ ସାନିଟାଇଜ୍ କରାଯାଇଛି । କ୍ଲ୍ିନିକ୍ରେ
ଡାଏଲିସିସ୍ ଭଳି ଜରୁରୀକାଳୀନ ସେବା ଉପଲବ୍ଧ କରିବାପାଇଁ ପରାମର୍ଶ ଦିଆଯାଇଛି । ତେବେ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କ୍ଲିନିକ୍ର କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାପାଇଁ କୁହାଯାଇଛି । ଏଥିସହ କରୋନା ସଂକ୍ରମଣକୁ ପ୍ରତିହତ କରିବା ସଂକ୍ରାନ୍ତ ସରକାରୀ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କ୍ଲିନିକ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।