ଅନ୍ତଃମନକୁ ଜାଗ୍ରତ କରେ କାଉଡିଆ ଯାତ୍ରା

0 799

ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସରେ କାଉଡି ନେଇ ଭକ୍ତ ବାହାରି ପଡିଛନ୍ତି ନିଜର ଭୋଲେ ବାବାଙ୍କୁ ଭେଟିବା ପାଇଁ । ‘ବୋଲ ବମ’, ‘ହର ହର ମହାଦେବ’ ଧ୍ୱନିରେ ରାସ୍ତା ଗୁଡ଼ିକ ଗୁଂଜରିତ ହେଉଛି । କୁହାଯାଏ ଯେ, ରାବଣ ପ୍ରଥମ କାଉଡିଆ ଥିଲେ, ଯିଏ ନିଜର ଆରଧ୍ୟ ବାବା ବୈଦ୍ୟନାଥଙ୍କୁ ଭେଟିବା ପାଇଁ ଚାଲି ଚାଲି ବାହାରି ପଡିଥିଲେ । ଆହୁରି ମଧ୍ୟ କୁହାଯାଇଥାଏ ଯେ, ଭଗବାନ ରାମ ପ୍ରଥମେ କାଉଡିଆ ଥିଲେ, ଯିଏ ବହୁତ ବାଟ ଚାଲି ରାମେଶ୍ୱରମ ପଂହଚିଥିଲେ ଓ ସେଠାରେ ଶିବଲିଙ୍ଗ ପୂଜା ଅର୍ଚ୍ଚନା କରି ଥିଲେ । ସତ୍ୟ ଯାହା ହୋଇଥାଉ, ହିନ୍ଦୁ ଧର୍ମରେ କାଉଡିଆ ଯାତ୍ରାର ବହୁତ ବିଶେଷତ୍ୱ ଅଛି । ସମୟ-ସମୟରେ ଭକ୍ତମାନେ ଚାରି ଧାମ ଯାତ୍ରା, ଅମରନାଥ ଯାତ୍ରା, କୈଲାଶ ମାନସରୋବର ଯାତ୍ରା କରିଥିାନ୍ତି । ସବୁ ମାସରୁ ଶ୍ରେଷ୍ଠ ଶ୍ରାବଣରେ ମଧ୍ୟ କାଉଡିଆମାନେ ଦୂର ଦୂରରୁ ଯାତ୍ରା ପୁରା କରି ଭୋଲେ ଶଙ୍କରଙ୍କର ଗଙ୍ଗା ଜଳରେ ଅଭିଷେକ କରନ୍ତି ।

ତୀର୍ଥ ହେଉଛି ଗୋଟିଏ ସସ୍କୃତ ଶବ୍ଦ, ଯାହାର ଅର୍ଥ ହେଉଛି ବିନ୍ଦୁ । ଏହାର ଅଭିପ୍ରାୟ ଏକ ଏମିତି ପବିତ୍ର ସ୍ଥାନ ଠାରୁ ହୋଇଥାଏ । ହିନ୍ଦୁ ବ୍ୟତୀତ ବୌଦ୍ଧ, ଜୈନ, ଶିଖ, ଇସାଇ, ଇସଲାମ, ପାର୍ସି, ଇହୁଦୀ, ତାଓ(ଚୀନରେ ପ୍ରଚଳିତ), ଶିନ୍ତୋ(ଜାପାନରେ ପ୍ରଚଳିତ) ଆଦି ଧର୍ମ ଗୁଡିକରେ ମଧ୍ୟ ତୀର୍ଥର ବିଶେଷତ୍ୱକୁ କୁହାଯାଇଛି । ଦର୍ଶନ ଓ ଆଧ୍ୟତ୍ମ ଅନୁସାରେ, ଏହି ସବୁ ଜାଗାରେ ଜାଗ୍ରତ ଶକ୍ତି ବହୁତ ଅଧିକ ହୋଇଥାଏ, ଯାହା ଆମର ଅନ୍ତଃମନକୁ ମଧ୍ୟ ଆଲୋକିତ କରିଥାଏ । ଏହି ଶକ୍ତି ପଛରେ ପବିତ୍ର ସ୍ଥଳଗୁଡକରେ ହଜାର ହଜାର ବର୍ଷରୁ ଋଷି-ମୂନିଙ୍କ ଦ୍ୱାରା କରାଯାଉଥିବା ତପର ଫଳ ମଧ୍ୟ ହୋଇପାରେ ।

ଉତ୍ତରାଖଣ୍ଡର ଋଷିକେଶ ଆଗରେ ଏକ ପବିତ୍ର ସ୍ଥାନ ଅଛି, କୁହାଯାଏ ଯେ ଋଷି ବଶିଷ୍ଠ ଓ ତାଙ୍କର ସ୍ତ୍ରୀ ଅରୁନ୍ଧତି ଏଠାରେ ତପ କରିଥିଲେ । ଯଦି ଆପଣ ସେହି ଗୁମ୍ଫାକୁ ଯାଆନ୍ତି, ତ ଏମିତି ଲାଗିବ ଯେ ଏହା ବହୁତ ଜାଗ୍ରତ ସ୍ଥାନ ଅଟେ । ଆପଣଙ୍କ ମନ ନିଜକୁ ନିଜେ ପ୍ରଫୁଲ୍ଲିତ ହୋଇଥାଏ । କେତେକ ତୀର୍ଥ ସ୍ଥାନରେ ଆଜି ମଧ୍ୟ ସତ ଋଷି-ମୂନି ଅଛନ୍ତି ଯେଉଁମାନେ ଯୋଗ-ଧ୍ୟାନ, ପ୍ରାର୍ଥନା- ତପସ୍ୟା କରୁଛନ୍ତି, ତାଙ୍କ ଠାରେ ରହିଥିବା ଶକ୍ତି ଆପଣ ମଧ୍ୟ ଆପଣାଇ ପାରିବେ ।

ଏକତାର ଆଧ୍ୟତ୍ମା

ପୁରାତନ କାଳରେ ପୂରା ଦେଶକୁ ଯୋଡିବାର ମାଧ୍ୟମ ଭାବରେ ଏହି ଦେବସ୍ଥାନଗୁଡିକୁ ବନାଯାଇଥିଲା । କେଉଁ ଯୁଗରୁ ଆୟୋଜିତ ହେଉଥିବା ମହାକୁମ୍ଭ ଏହାର ସଂକେତ ଅଟେ । ଆଦି ଶଙ୍କରାଚାର୍ଯ୍ୟ ଦେଶକୁ ଏକତା ସୁତ୍ରରେ ବନ୍ଧିବା ପାଇଁ ଚାରି ଧାମର ପ୍ରତିଷ୍ଠା କରିଥିଲେ । ଦେବୀ ଦୁର୍ଗାଙ୍କର ଭକ୍ତ ଯଦି ଗୁଜୁରାଟର ଅଟନ୍ତି,ତେବେ ତାଙ୍କୁ ଦର୍ଶନ କରିବା ପାଇଁ ଆସାମର କାମାକ୍ଷାନଗର ଯିବାକୁ ପଡିବ । ମଣିପୁରର ଲୋକମାନଙ୍କୁ ଶିବ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଜମ୍ମୁ-କାଶ୍ମୀର ଥିବା ଅମରନାଥର ଯାତ୍ରା କରିବାକୁ ପଡୁଛି । ଆଜି ମଧ୍ୟ ନେପାଳ ସ୍ଥିତ ପଶୁପତିନାଥ ମନ୍ଦିରର ପୂଜାରୀ କେରଳ ଠାରୁ ଆସନ୍ତି ।

ଜ୍ଞାନ ଆମକୁ ପୂର୍ଣ୍ଣତା ପ୍ରାପ୍ତି କରିଥାଏ ଓ ଏହି ଜ୍ଞାନ ଆମକୁ ପ୍ରକୃତିର ଭିନ୍ନ-ଭିନ୍ନ ପ୍ରକାରର ଯାତ୍ରାର ମାଧ୍ୟମରୁ ମିଳିଥାଏ । ଆମର ଧର୍ମ ଗ୍ରନ୍ଥ ମଧ୍ୟ ଯାତ୍ରା ଆଡକୁ ଇଙ୍ଗିତ କରିଥାଏ । ‘ରାମାୟଣ’ ଶବ୍ଦର ଅନୁବାଦ ହେଉଛି ରାମଙ୍କର ଯାତ୍ରା । ରାମାୟଣରେ ରାମରାଜ୍ୟ ବିଷୟରେ ଏତେ କଥା କୁହାଯାଇନାହିଁ, ଯେତିକି ରାମଙ୍କର ଯାତ୍ରା ବିଷୟରେ କୁହାଯାଇଛି । ରାମରାଜ୍ୟର ସ୍ଥାପନା ରାମଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସମୟରେ ହିଁ ହୋଇଥିଲା । ଜ୍ଞାନର ସନ୍ଧାନରେ ମାହାତ୍ମା ବୁଦ୍ଧ ମଧ୍ୟ ବହୁତ ଗୁଡିଏ ଯାତ୍ରା କରିଥିଲେ । ନିଜର ଯାତ୍ରା ସମୟରେ ହିଁ ସେ ଉପଦେଶ ଦେଇଥିଲେ ।

ସାରନାଥର ମହତ୍ୱ

ଗୌତମ ବୁଦ୍ଧ ନିଜର ପ୍ରଥମ ଉପଦେଶ ଦେବା ପାଇଁ କାଶୀ ପାଖରେ ସାରନାଥକୁ ବାଛିଥିଲେ । ମହାଭାରତ କାଳରେ ଦୁଇଟି ପଥର ମାନ୍ୟତା ଥିଲା । ଗୋଟିଏ ଉତ୍ତର ପଥ ଓ ଦ୍ୱିତିୟ ଦକ୍ଷିଣ ପଥ । ଉତ୍ତର ପଥ କେବଳ ଭୁମି ମାର୍ଗରୁ ହିଁ ନୁହେଁ, ବରଂ ନଦୀଗୁଡିକରେ ମଧ୍ୟ ଯୋଡିଥାଏ ।

Leave A Reply

Your email address will not be published.