ଭୁବନେଶ୍ୱର – ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଅଭୟଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାସନାଲ୍ ପୁଲିସ୍ ଏକାଡେମୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଭୟ ପୁଲିସ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଅନ୍ୟତମ ବରିଷ୍ଠ ପୁଲିସ୍ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ଗତକାଲି ରାତିରେ ଦାୟିତ୍ୱ ଅର୍ପଣ କରାଯାଇଛି । ବର୍ତ୍ତମାନ ପୁଲିସ୍ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ବିଜୟ କୁମାର ଶର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଶର୍ମାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ଅବସ୍ଥାପିତ କରାଯାଇଛି । ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ସହ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଉଥିବା ଶର୍ମାଙ୍କ
ବିରୁଦ୍ଧରେ କେତେକ ଅନିୟମିତତା ଅଭିଯୋଗ ଆସିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସୁନୀଲ ରାୟଙ୍କୁ ହୋମ୍ଗାର୍ଡ଼ ଏବଂ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି
ଦିଆଯାଇଛି ।