ଭାରତ ପରେ ଭୂଟାନ ମଧ୍ୟ ଚୀନର ବିଆରଏଫ ବୈଠକରୁ ଓହରିବ!

0

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଫୋରମ (ବିଆରଏଫ) ବୈଠକ ପାଇଁ ଆସିଥିବା ନିମନ୍ତ୍ରଣକୁ ଭାରତ ଅସ୍ୱୀକାର କରିଛି । ମାତ୍ର ଏହି ବୈଠକରେ ଚୀନର ପଡୋଶୀ ଦେଶ ମାଳଦୀପ, ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶ ଅଂଶଗ୍ରହଣ କରୁଛନ୍ତି । ବାସ୍ତବରେ ୨୦୧୭ ଭଳି ଭୁଟାନ ଏକମାତ୍ର ଦେଶ, ଯିଏକି ଏହି ବୈଠକରେ ସାମିଲ ନ ହେବାକୁ କହିଛି । ଚୀନର ଉଦ୍ୟମକୁ ଭୁଟାନ ବିରୋଧ କରୁଛି । ଏହି କାର୍ଯ୍ୟକ୍ରମରେ ୪୦ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଉଛନ୍ତି ।
କୁଟନୈତିକ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଭୂଟାନ ଭିଆରଆଇ ଫୋରମରେ ସମ୍ଭବତଃ ସାମିଲ ହେବ ନାହିଁ । ଚୀନ ଗତ ୧୨ ମାସ ମଧ୍ୟରେ ଭୂଟାନର ନୂଆଁ ସରକାରଙ୍କ ସହିତ କଥାବାର୍ତ୍ତା କରୁଛି । କଥାବାର୍ତ୍ତା ମାଧ୍ୟମରେ ରାଜଧାନୀ ଥିମ୍ପୁକୁ ଭାରତ ଠାରୁ ଦୂରରେ ରଖିବାକୁ ଚୀନ ଉଦ୍ୟମ କରୁଛି । ଭୂଟାନ ସହିତ ଚୀନର କୁଟନୈତିକ ସଂପର୍କ ନାହିଁ । ମାତ୍ର ନିଜର ଆର୍ଥବ୍ୟବସ୍ଥାକୁ ବଢ଼ାଇବା ପାଇଁ ଚୀନକୁ ସମ୍ଭାବିତ ବୁଝାମଣା ଭାବେ ଗ୍ରହଣ କରିପାରେ । ଭୂଟାନ୨୦୧୭ରେ ଫୋରମର ପ୍ରଥମ ବୈଠକକୁ ବହିଷ୍କାର କରିଥିଲା ଏବଂ ଭାରତ ସହିତ ଛିଡ଼ା ହୋଇଥିଲା ।

Leave A Reply

Your email address will not be published.