ମାଟ୍ରିକ୍ ପରୀକ୍ଷା
ଚଳିତ ବର୍ଷ ପାଇଁ ମାଟ୍ରିକ୍ ପରୀକ୍ଷା ସୂଚୀ ପ୍ରକାଶ ପାଇଛି ।
ଏହି ପରୀକ୍ଷା ମେ ୩ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହେବ ।
ମେ ୫ ତାରିଖରେ ଇଂରାଜୀ,
୭ ତାରିଖରେ ହିନ୍ଦୀ,
୮ରେ ସଂସ୍କୃତ,
୧୦ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ ।
ସେହିଭଳି ୧୨ ତାରିଖରେ ବିଜ୍ଞାନ,
୧୩ରେ ଭାରତୀୟ ଐତିହ୍ୟ ଓ ସଂସ୍କୃତି ଏ
୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ୯ ଏବଂ ୧୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ଏଥିସହ ମଧ୍ୟମା ସଂସ୍କୃତ ପରୀକ୍ଷା ମଧ୍ୟ ମେ ୩ ତାରିଖରୁ ଅନୁଷ୍ଠିତ ହେବ ।