ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ

0 1,315

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲୋକାର୍ପିତ କରିଛନ୍ତି ।
ଏହି ଅବସରରେ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ସେଠାରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‍ବୋଧନ ଦେଇ ଏହି ଜଳାଶୟର ଐତିହ୍ୟ
ଉପରେ ଆଲୋକପାତ କରିଥିଲେ । କୋଭିଡ୍‍ ସମୟରେ ଗଞ୍ଜାମର ଜନସାଧାରଣଙ୍କର ଦୃଢ଼ ମନୋବଳର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଗଞ୍ଜାମର ଜନତାଙ୍କ ଶୃଙ୍ଖଳା ଓ ଆତ୍ମଶକ୍ତି ଯୋଗୁଁ ଆଜି ସାରା ଦେଶ ପାଇଁ ଏହି ଜିଲ୍ଲା ରୋଲ୍‍ମଡେଲ୍‍ ହୋଇପାରିଥିବା ସେ କହିଛନ୍ତି । ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କ ଉଦ୍ୟମ ଜାରି ରଖିଛନ୍ତି । ସେଠାରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମ୍‍ର ନିର୍ମାଣ କାର୍ଯ୍ୟ ସନ୍ତୋଷ ଜନକ ଭାବରେ ଆଗେଇ ଚାଲିଛି ।

୪୨ କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ସହରର ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ରିଙ୍ଗ୍‍ରୋଡ୍‍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଗଞ୍ଜାମର ବିକାଶ ଉପରେ ସବୁବେଳେ ସେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଓ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.