ଧର୍ମ ପୁରାଣ- ବିଷୁବ ସଂକ୍ରାନ୍ତିରେ ଯଦି କିଏ ତୃଷାର୍ତ୍ତଙ୍କୁ ଶୀତଳ ଜଳ ପ୍ରଦାନ କରେ ତା’ହେଲେ ସେ ସମ୍ପୂର୍ଣ୍ଣ ପାପମୁକ୍ତ ହେବ

0 1,338

ଲୋକକଥା ଅନୁସାରେ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଅର୍ଜୁନଙ୍କ ଶରାଘାତରେ ଧରିତ୍ରୀରୁ ନିର୍ଗତ ଜଳଉତ୍ସରେ ସେ ନିଜର ତୃଷା ନିବାରଣ କରିଥିଲେ। ଏହାପରେ ସେ ଯୁଧିଷ୍ଠିରଙ୍କୁ ପାଖକୁ ଡାକି କହିଥିଲେ ଯେ ବିଷୁବ ସଂକ୍ରାନ୍ତିରେ ଯଦି କିଏ ତୃଷାର୍ତ୍ତଙ୍କୁ ଶୀତଳ ଜଳ ପ୍ରଦାନ କରେ ତା’ହେଲେ ସେ ସମ୍ପୂର୍ଣ୍ଣ ପାପମୁକ୍ତ ହେବ। ତେଣୁ ପୂର୍ବେ ଏହି ଦିନ ଲୋକେ ପୁଣ୍ୟ ଅର୍ଜନ ପାଇଁ ଜଳଛତ୍ରର ବ୍ୟବସ୍ଥା କରୁଥିଲେ।

ସେହିପରି ଏହି ଦିନ ଶିବଲିଙ୍ଗ, ଶାଳଗ୍ରାମ, ଅଶ୍ବସ୍ତ ଏବଂ ତୁଳସୀକୁ ଜଳ ଅର୍ପଣ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି। ଓଡ଼ିଆମାନେ ଏହି ଦିନ ନିଜନିଜ ଘରେ ଥିବା ତୁଳସୀ ଚଉରା ଉପରେ ଏକ ଜଳଭର୍ତ୍ତି ମାଟିପାତ୍ର ଝୁଲାଇ ଏହାର ତଳଭାଗରେ ଏକ ଛିଦ୍ର କରିଦିଅନ୍ତି। ଫଳରେ ଜଳ ବିନ୍ଦୁବିନ୍ଦୁ ହୋଇ ତୁଳସୀ ଗଛ ଉପରେ ପଡ଼େ ଏବଂ ମା’ ତୁଳସୀଙ୍କ ଆଶୀର୍ବାଦରୁ ଗୃହସ୍ଥଙ୍କ ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ଏହି ଦିନ ତାରାତାରିଣୀ, ବିରଜା, ଶାରଳା, ପାଟଣା ମଙ୍ଗଳା ପ୍ରଭୃତି ଶକ୍ତିପୀଠଗୁଡ଼ିକରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ।

Leave A Reply

Your email address will not be published.