ପ୍ରଚାର ବେଳେ ତୃଣମୂଳ ସ୍ତରରେ ହଟହଟା ହେଉଛନ୍ତି ନବୀନଙ୍କ ବିଧାୟକ

0 400

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ କ୍ଷମତାରେ ରହିବା ପରେ ବିଜୁ ଜନତା ଦଳ ସରକାର ଓଡ଼ିଶାର ବିକାଶ କରି ପାରି ନାହିଁ । ସରକାର କେବଳ ଭୋଟ ପାଇବା ପାଇଁ ବୃଦ୍ଧ-ବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଓ ଅସ୍ୱାକ୍ଷରମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ଆକର୍ଷଣୀୟର ପାତ୍ର ହୋଇଛି । ପ୍ରକୃତପକ୍ଷେ ଉଚ୍ଚ ଶିକ୍ଷିତ, ବିକିଶିତ ରାଜ୍ୟ ଗଠନ ପାଇଁ କରିଛି କ’ଣ ବୋଲି ଲୋକେ ଏବେ ବିଧାୟକମାନଙ୍କୁ ହିସାବ ମାଗୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ପାଇଁ ଅନ୍ୟ ଦଳର ନେତାଙ୍କ ସହିତ ବିଜେଡି ବିଧାୟକମାନେ ମତଦାତାଙ୍କ ନିକଟକୁ ଡାଏରି ନେଇ ପହଂଚୁଛନ୍ତି । ମାତ୍ର ଲୋକେ ନବୀନ ସରକାରକୁ ଭଲ ଭାବରେ ଜାଣି ସାରିଛନ୍ତି । ସେମାନେ ବିଧାୟକଙ୍କୁ ହିସାବ ମାଗୁଛନ୍ତି, ବିଗତ ୨୦ ବର୍ଷ ମଧ୍ୟରେ କରିଛ କ’ଣ ହିସାବ ଦିଅ ।

ଏଭଳି ଏକ ଘଟଣା ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ଆସନ ଅନ୍ତର୍ଗତ ବିନିକା ଅଂଳରେ ଦେଖିବାକୁ ମିଳିଛି । ବିଧାୟକ ତଥା ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ନିର୍ବାଚନ ପ୍ରଚାର ପାଇଁ ଫୁଲମୁଠି ଗ୍ରାମକୁ ଯାଇଥିବାଳେ ବେଳେ ଲୋକେ ହଟହଟା କରିଛନ୍ତି । ପାଣି ସମସ୍ୟା ନେଇ ଗ୍ରାମବାସୀ ବିଧାୟକଙ୍କୁ ତୀବ୍ର ବିରୋଧ କରିଛନ୍ତି । ପାଣି ଅଭାବରୁ ଚାଷ ଜମିଗୁଡ଼ିକ ଫାଟି ଯାଇଥିବା ବେଳେ ପଦ୍ମନାଭ ବେହେରାଙ୍କୁ ଲୋକେ ସମସ୍ୟାର ସମାଧାନ ପାଇଁ ଅଭିଯୋଗ କରିଥିଲେ । ଶ୍ରୀ ବେହେରା ଗତ ଥର ଭଳି ଏଥର ମଧ୍ୟ ଲୋକଙ୍କୁ ଭୁଲାଇ ଦେବାକୁ ଉଦ୍ୟମ କରିଛନ୍ତି କିନ୍ତୁ ମତଦାତା ଏଥର ଏହାର ଜବାବ ଦେବେ ବୋଲି ଗ୍ରାମବାସୀ କହିଛନ୍ତି । ସୂଚନାଯୋଗ୍ୟ ଶ୍ରୀ ବେହେରା ବୀରମହାରାଜପୁରରେ କ୍ରମାଗତ ୨ଥର ବିଧାୟକ ହୋଇ ସାରିଛନ୍ତି । ଏହି ୧୦ ବର୍ଷ ମଧ୍ୟରେ ୧୦ଟି ବଡ଼ କାମ କରି ନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

Leave A Reply

Your email address will not be published.