ଶିଶୁକନ୍ୟା ପରୀ ସମେତ ରାଜ୍ୟର ୫ ହଜାରରୁ ଊଦ୍ଧ୍ୱର୍ ନିଖୋଜ ଶିଶୁଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ପକ୍ଷରୁ ୫ ଦିନିଆ ପଦଯାତ୍ରା ଆରମ୍ଭ

0 1,914

ଶିଶୁକନ୍ୟା ପରୀ ସମେତ ରାଜ୍ୟର ୫ ହଜାରରୁ ଊଦ୍ଧ୍ୱର୍ ନିଖୋଜ ଶିଶୁଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ପକ୍ଷରୁ ୫ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି । ସକାଳ ୯ଟାରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପରୀର ଗାଁ ଯଦୁପୁର ଠାରେ ଶେଷ ହେବ ।

 

ଏହି ପଦଯାତ୍ରାରେ ଦଳର ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନୀତା ଶ୍ରୀନିବାସନ୍‍ଙ୍କ ସମେତ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍‍ ପାତ୍ର ତଥା ଅନ୍ୟାନ୍ୟ ବରିଷ୍ଠ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ପ୍ରତିଦିନ ପାଖାପାଖି ୨୦ କିଲୋମିଟର
ପଦଯାତ୍ରା କରି ୫ ଦିନରେ ମୋଟ ୯୮ କିଲୋମିଟରର ଯାତ୍ରାକୁ ଶେଷ କରିବାକୁ ଦଳ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ବୋଲି ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଶିଶୁ ନିଖୋଜ ଘଟଣାର ସିବିଆଇ ତଦନ୍ତ ଏବଂ ଏହି ଘଟଣାରେ ଜଡ଼ିତ ଲୋକ ତଥା ରାଜନୈତିକ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.