୧୨ ତାରିଖରୁ ବସ୍‌ ଧର୍ମଘଟ ଧମକ ଦେଲା ଘରୋଇ ବସ୍‍ ମାଲିକ ସଂଘ

0 996

କଟକ .- ରଥଯାତ୍ରା ସମୟରେ ପୁରୀ ବସ୍‍ଷ୍ଟାଣ୍ଡରେ ବସ୍‍ ଭିତରେ ହୋଇଥିବା ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ବସ୍‍ର ପରମିଟ୍‍ ବାତିଲ କରିବା ପ୍ରତିବାଦରେ ଆସନ୍ତାମାସ ୧୨ ତାରିଖରୁ ରାଜ୍ୟବ୍ୟାପୀ ବସ୍‍ ଧର୍ମଘଟ କରିବାକୁ ଘରୋଇ ବସ୍‍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗତକାଲି ରାଜ୍ୟ ଘରୋଇ ବସ୍‍ ମାଲିକ ସଂଘର ଏକ ବୈଠକରେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଥିଲା । ସମ୍ପୃକ୍ତ ବସ୍‍ ମାଲିକଙ୍କୁ ପକ୍ଷ ରଖିବାର ସୁଯୋଗ ନଦେଇ ପରମିଟ୍‍ ରବ୍ଦ କରାଯାଇଥିବାରୁ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର ଲାଗି ନିବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଯଦି ଏଥିରୁ କୌଣସି ସୁଫଳ ନମିଳେ ତେବେ ଆସନ୍ତା ମାସ ୯ ତାରିଖରେ ସଂଘର
ଅନ୍ୟଏକ ବୈଠକ ଡକାଯାଇ ୧୨ ତାରିଖରୁ ରାଜ୍ୟବ୍ୟାପୀ ବସ୍‍ ଚଳାଚଳ ବନ୍ଦ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.