ଭୁବନେଶ୍ୱର: କେୟାର ହେଲଥ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏହାର ସଦ୍ୟତମ ଉତ୍ପାଦ କେୟାର ସିଲ୍ଡକୁ ଉନ୍ମୋଚନ କରାଯାଇଛି । ଏହି ତିନି ପ୍ରକାର ସୁବିଧା ଥିବା ଅଭିନବ ଉତ୍ପାଦକୁ ବର୍ଦ୍ଧିତ ମୁଦ୍ରାସ୍ଫୀତି, ଆଗରୁ ସାମିଲ ନଥିବା କିଛି ନିର୍ଦିଷ୍ଟ ମେଡିକାଲ୍ ଖର୍ଚ ଏବଂ ନୋ କ୍ଲେମ୍ ବୋନସ୍ ଲାଭ ଆଦିର ସୁବିଧା ବିଚାରକୁ ନେଇ ଏହି ପ୍ଲାନ୍ ପ୍ରସ୍ତୁତ କରାଯାଇଛି ।
ନୂଆ ଉତ୍ପାଦର ଲାଭ ସମ୍ପର୍କର ବର୍ଣ୍ଣନା କରି ଅନୁଜ ଗୁଲାଟି, ପ୍ରତିଷ୍ଠାତା ପରିଚାଳନା ନିର୍ଦେଶକ ଓ ସିଇଓ କହିଛନ୍ତି ଯେ, “ବାର୍ଷିକ ମୁଦ୍ରାସ୍ଫୀତି ଚାପ ଯୋଗୁଁ ପ୍ରତିବର୍ଷ ମେଡିକାଲ୍ ଖର୍ଚ ବୃଦ୍ଧି ପାଉଛି । ଏହ ମହାମାରୀ ତାହାକୁ କେବଳ ଆହୁରି ଗମ୍ଭୀର କରିଛି । ପୁନଶ୍ଚ, କେତେକ କଂଜ୍ୟୁମେବଲ୍ ଓ ସ୍ୱାସ୍ଥ୍ୟ ସେବା ଉପକରଣ ଉପଯୋଗୀ ହୋଇଥିଲେ ମଧ୍ୟ ତାହା ବୀମା ପଲିସିରୁ ବାହାରେ ରହିଛି । ପଲିସିଧାରକଙ୍କ ପାଇଁ ତୃତୀୟ ବିଷୟଟି ହେଉଛି ଏଭଳିକି କମ୍ ମାତ୍ରାର ଦାବିରେ ମଧ୍ୟ ସେମାନଙ୍କ ନୋ କ୍ଲେମ୍ ବୋନସ୍ ହରାଇବାର ଆଶଙ୍କା ରହିଛି । କେୟାର ସିଲଡ୍ ହେଉଛି ଏକ ଅଭିନବ ସମାଧାନ ଯାହା ଆମ ଗ୍ରାହକଙ୍କୁ ଏହି ସବୁ ଆଶଙ୍କାରୁ ସୁରକ୍ଷା ପ୍ରଦାନ କରୁଛି ।’’
କେୟାର ସିଲ୍ଡରେ ରହିଛି ମୁଦ୍ରାସ୍ଫୀତିରୁ ସୁରକ୍ଷା ସୁବିଧା । ପ୍ରତିବର୍ଷ ଭାରତ ସରକାରଙ୍କ କର୍ତୃପକ୍ଷ ମୁଦ୍ରାସ୍ଫୀତିର ଯେଉଁ ହାର ଘୋଷଣା କରିବେ ସେହି ଅନୁସାରେ ବୀମା ରାଶିର ପରିମାଣ ବୃଦ୍ଧି ପାଇବ ଫଳରେ ଭବିଷ୍ୟତର ଚିକିତ୍ସା ଖର୍ଚ ବହନ କରିବା ସହଜ ହେବ । ଏହି ପଲିସିର ଦ୍ୱିତୀୟ ଅଭିନବ ସୁବିଧାଟି ହେଉଛି କ୍ଲେମ୍ ବା ଦାବି ସିଲ୍ଡ । ସ୍ୱାସ୍ଥ୍ୟ ବୀମା ପଲିସିରେ ବେଲଟ୍, ବ୍ରେସ୍, ବସ୍, କ୍ରିପ୍, ବ୍ୟାଣ୍ଡେଜ୍, ଗ୍ଲୋଭସ୍, ଲେଗିନ୍ସ ଭଳି ୬୦ରୁ ଅଧିକ ପ୍ରକାର ସାମଗ୍ରୀକୁ ସାମିଲ କରାଯାଇନାହିଁ ଯେଉଁଥିପାଇଁ ରୋଗୀମାନଙ୍କୁ ସାଧାରଣତଃ ପକେଟ୍ରୁ ବ୍ୟୟ କରିବାକୁ ପଡ଼ିଥାଏ । ହସ୍ପିଟାଲ୍ରେ ଭର୍ତି ହେଲେ କେୟାର ସିଲ୍ଡରେ ଏହି ସବୁ ସାମଗ୍ରୀ ଲାଭି ବୀମା ସୁବିଧା ମିଳିବ ।
ଏହି ପଲିସିର ତୃତୀୟ ଲାଭଟି ହେଉଛି ନୋ କ୍ଲେମ୍ ବୋନସ୍ ସିଲ୍ଡ ଯେଉଁଥିରେ ପଲିସି ନବୀକରଣ ସମୟରେ ପଲିସିଧାରକଙ୍କୁ ରିୱାର୍ଡ ପ୍ରଦାନ କରାଯିବ । ପୂର୍ବବର୍ଷର ନୋ ହସ୍ପିଟାଲାଇଜେସନ୍ କ୍ଲେମ୍କୁ ପଲିସିଧାରକଙ୍କୁ ପ୍ରଦାନ କରାଯିବ । ଉଦାହରଣ ସ୍ୱରୂପ ଯଦି ଜଣେ ଗ୍ରାହକ ୨୦୧୯ ଜାନୁଆରି ୧ରେ ପଲିସି କିଣି ସେହି ବର୍ଷ ସାରା ନୋ ହସ୍ପିଟାଲାଇଜେସନ୍ ଦାବି ଉପସ୍ଥାପନ କରିବେ ତେବେ ପଲିସିର ନବୀକରଣ ବେଳେ ବୀମା ରାଶି ପରିମାଣ କୌଣସି ଅତିରିକ୍ତ ମୂଲ୍ୟ ବିନା ୬୦ ପ୍ରତିଶତ ବୃଦ୍ଧି ପାଇବ ।