ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ର ଲଭ୍‌ ୨୦୨୧ ସହ ଭାଲେଟାଂଇନ୍‌ ଦିବସ ପାଳନ କରନ୍ତୁ

0 1,444

ଭୁବନେଶ୍ୱର: ପୂର୍ବ ଭାରତର ଅନ୍ୟତମ ସର୍ବବୃହତ ଗହଣା ଶୃଙ୍ଖଳା ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ତରଫରୁ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଭାଲେଂଟାଇନ୍‌ ଡେ ଅଫର-ଲଭ୍‌ ୨୦୨୧ ଘୋଷଣା କରାଯାଇଛି ଯେଉଁଥିରେ ସେମାନେ ଅତି ସୂକ୍ଷ୍ମ କାରିଗରୀରେ ସୁନ୍ଦର ଭାବେ ପ୍ରସ୍ତୁତ ହୋଇଥିବା ଗହଣା ମଧ୍ୟକୁ ନିଜ ପ୍ରେମୀଙ୍କ ପାଇଁ ପସନ୍ଦ କରିବାର ସୁଯୋଗ ପାଇବେ । ହୀରା ଓ ସୁନାରେ ତିଆରି ଏହି ଗହଣାଗୁଡ଼ିକ ସହ ଭାଲେଟାଂଇନ୍‌ ଡେ’ ଅଫର ଯୋଡ଼ିବା ପରେ ତାହା ଆହୁରି ସ୍ୱତନ୍ତ୍ର ହୋଇଯାଇଛି ।

ଲଭ୍‌ ୨୦୨୧ ଅଫର ସମ୍ପର୍କରେ ଶ୍ରୀଯୁକ୍ତ ଶୁଭଙ୍କର ସେନ୍‌, ସିଇଓ, ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ କହିଛନ୍ତି ଯେ, “୨୦୨୦ର ସମସ୍ୟାକୁ ଅତିକ୍ରମ କରିଥିବା ପ୍ରେମ ଓ ସମ୍ପର୍କ ଆହୁରି ମଜଭୂତ ହୋଇଥିବା ବେଳେ ଅଧିକ ସହନଶୀଳ ମଧ୍ୟ ହୋଇପାରିଛି । ତେଣୁ ଲଭ୍‌ ୨୦୨୧ ହେଉଛି ଏକ ନୂତନ ଏବଂ ଉନ୍ନତ ଭର୍ସନ ଯେଉଁଥିରେ ନୂଆ ମାନ ଯୋଡ଼ିବା ପରେ ତାହା ଦୀର୍ଘସ୍ଥାୟୀ ଓ ମୂଲ୍ୟବାନ ହୋଇପାରିଛି । ଭାଲେଟାଂଇନ୍‌ ଡେ’ରେ ପ୍ରେମର ଭାବକୁ ପାଳନ କରିବା ଲାଗି ସେନକୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ବିଭିନ୍ନ ପ୍ରକାର ସୁନ୍ଦର ଭାବେ ଗଢ଼ା ଯାଇଥିବା ଗହଣା ଡିଜାଇନ୍‌ ପ୍ରଦାନ କରୁଛି ଏବଂ ଏହା ନିଜର ସୂକ୍ଷ୍ମ କାରିଗରୀ ପାଇଁ ଜଣାଶୁଣା । ଲଭ୍‌ ୨୦୨୧ ଅଫର ଗ୍ରାହକମାନଙ୍କୁ ସୁନା, ରୁପା, ପ୍ଲାଟିନମ୍‌ ଓ ଗସିପ୍‌ ସମ୍ଭାରରେ ତିଆରି ଗହଣା ଜରିଆରେ ସ୍ୱତନ୍ତ୍ର ମୁହୂର୍ତ ପାଳନ କରିବାକୁ ଉତ୍ସାହିତ କରିବ ଏବଂ ସ୍ୱତନ୍ତ୍ର ରିହାତି ଏହି ଗହଣାଗୁଡ଼ିକୁ ଆମ ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଆହୁରି ସୁଲଭ ମୂଲ୍ୟର କରିପାରିବ ।’’

ଏହି ମୁହୁର୍ତକୁ ଅଧିକ ସ୍ମରଣୀୟ କରିବା ଲାଗି ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ସୁନା ଓ ରୁପା ଗହଣା ଉପରେ ୨୦ଧତ୍କ୨୧ଧ ରିହାତି ଓ ପ୍ଲାଟିନମ୍‌, ରୁପା ଓ ଗସିପ୍‌ ଗହଣାରେ ୧୫ଧତ୍କ୨୧ଧ ରିହାତି ପ୍ରଦାନ କରାଯାଉଛି । ଗ୍ରାହକମାନେ ସହଜ ମାସିକ କିସ୍ତି ଜରିଆରେ ମଧ୍ୟ ହୀରା ଗହଣା କିଣିପାରିବେ । ଲଭ୍‌ ୨୦୨୧ ଅଫର ସାରା ଦେଶରେ ଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡସ୍‌ର ୧୦୦ରୁ ଅଧିକ ଷ୍ଟୋର୍‌ ଓ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ ହେଉଛି ।

Leave A Reply

Your email address will not be published.