ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆମେ ସମସ୍ତେ ଲକ୍ଡାଉନ୍ର ଦୁଇ ମାସ ସମୟ ଅତିକ୍ରମ କରିଛେ । ଏହା ଆମକୁ ବହୁତ କିଛି ଶିକ୍ଷା ଦେଇଛି ।
ତେବେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବାଦ୍ୱାରା ଏହି ମହାମାରୀକୁ ରୋକାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଲମ୍ବା ଯୁଦ୍ଧ । ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦୃଢ଼ତାର ସହ ଏହାର ମୁକାବିଲା କରିଆସୁଛନ୍ତି । ତେବେ ବିମାନ ସେବା ଓ ରେଳସେବା ଆରମ୍ଭ ହୋଇଥିବାରୁ ଆଗାମୀ ୧୫ ଦିନରୁ ଏକ ମାସ ଆମ ପାଇଁ ଆହ୍ୱାନ ହେବ । ମୋର ବିଶ୍ୱାସ, ଆମେ ଏହାର ମୁକାବିଲା କରିବାରେ ସଫଳ ହେବା । କରୋନା ମୁକାବିଲାରେ ପୁଲିସ୍ ଓ ସରପଞ୍ଚମାନଙ୍କର ଭୂମିକାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।