ରାଜ୍ୟରେ ଶୀତଲହରୀ ଜାରି – କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି
କେନ୍ଦ୍ରିୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଆସନ୍ତା ୨୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ନିଭାର ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ଆଜି ପୁଡୁଚେରୀର କରାଇକେଲ ଓ ତାମିଲନାଡୁର ମାମଲାପୁରମ୍ ମଧ୍ୟରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ବର୍ଷା ଜାରି ରହିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଶୀତଲହରୀ ଜାରି ରହିଛି । ରାଜ୍ୟର ୧୩ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି । ଦାରିଙ୍ଗିବାଡିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮ଦଶମିକ ୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସୋନପୁରରେ ୯ଦଶମିକ ୪ ରେକର୍ଡ କରାଯାଇଛି ।