ରାଜ୍ୟରେ ୩୦ ହଜାର ସ୍ଥାନରେ କରୋନା ଟିକାକରଣ – ରାଜ୍ୟ ସରକାର

0 581

ଭୁବନେଶ୍ୱର – ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି । ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟିକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟୀକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ସୂଚନା ଦେଇଛନ୍ତି । ରାଜ୍ୟରେ ଟିକାର ସଂରକ୍ଷଣ ଓ ପରିବହନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।

 

ରାଜ୍ୟରେ ଟିକାକରଣ ପାଇଁ ୮ ହଜାର ୩ ଶହ ଜଣ କର୍ମଚାରୀ ତାଲିକାଭୁକ୍ତ ହୋଇଛନ୍ତି । ଏଥିପାଇଁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କମିଟି ବୈଠକ ହୋଇଛି । ଜିଲ୍ଲା ଟାକ୍ସ ଫୋର୍ସ କମିଟିର ବୈଠକ ସଂପୃକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି । ସେହିପରି ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଟାକ୍ସ ଫୋର୍ସ କମିଟି ଗଠନ କରାଯାଇଛି । ଏହା ସହ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‍ କରାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ କହିଛନ୍ତି ।

 

ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । ଏଥି ସହିତ ବୟସ୍କ, ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ପ୍ରଥମେ ଟିକା ପ୍ରଦାନ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟ ରିଲିଫ୍‍ କମିଶନର ପ୍ରମୁଖ ଉପସ୍ଥିତ ଥିଲେ

corona vaccination

Leave A Reply

Your email address will not be published.